ବିଧାନସଭାରେ ବିଜେପି ବନାମ କଂଗ୍ରେସ

ଭୁବନେଶ୍ବର()  ଆଜି ବିଧାନସଭା ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନର ତୃତୀୟ ଦିନର ଶୂନ୍ୟ କାଳରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଏବଂ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି ଆରମ୍ଭ କରିଦେଇଥିଲେ । ଏହି ସମୟରେ ହିଁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀଙ୍କୁ କହିବା ଲାଗି ଆମନ୍ତ୍ରଣ କରିଥିଲେ ।

କଂଗ୍ରେସ ନାରାବାଜି ଯୋଗୁଁ ବିଷ୍ଣୁ ସେଠୀ ନିଜ ବକ୍ତବ୍ୟ ରଖିପାରିନଥିଲେ । ଗତକାଲି ମଧ୍ୟ ସମାନ ଘଟଣା ଯୋଗୁଁ ବିଜେପି ବକ୍ତବ୍ୟ ରଖିପାରିନଥିଲେ । କଂଗ୍ରେସର ହଟ୍ଟଗୋଳ ଯୋଗୁଁ ବିଜେପି ବିଧାୟକମାନେ ସେମାନଙ୍କ ବକ୍ତବ୍ୟ ରଖିପାରୁନଥିବା ନେଇ ବିଜେପି ବିଧାୟକମାନେ ଗୃହ ମଧ୍ୟରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ ।

ବିଷ୍ଣୁ ସେଠୀ କହିଛନ୍ତି ଯେ, ବିଧାନସଭା ଭିତରେ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇସାରିଛି । ପ୍ରସଙ୍ଗ ଏଡାଇବା ପାଇଁ ସଲାସୁତରା ଚାଲିଛି । ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ସେ କହିଛନ୍ତି ଯେ, କାହା ଭିତରେ ଫିକ୍ସିଂ ଅଛି ତାହା ଜନସାଧାରଣଙ୍କୁ ଭଲ ଭାବବରେ ଜଣା । ନହେଲେ ଜଣେ ବିଜେପି ସମର୍ଥିତ ଆଇଏଏସ ଅଧିକାରୀଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇନଥାନ୍ତା ।

Share

Leave a Reply

Your email address will not be published. Required fields are marked *

eighteen + 14 =