ଆସନ୍ତାକାଲି ନବୀନଙ୍କ ରୋଡ ଶୋ

ଭୁବନେଶ୍ୱର()  ୨୦ରେ ପାଟକୁରା ନିର୍ବାଚନ । ପ୍ରଚାର ପାଇଁ ଆଉ ମାତ୍ର ଦୁଇ ଦିନ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାଗିବେ ଭୋଟ୍ ।

ଆସନ୍ତାକାଲି ହାଇଟେକ୍ ବସ୍ରେ ବୁଲି ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବିଜେଡି ସୁପ୍ରିମୋ । କାଲି ସକାଳ ୧୦ଟାରେ କେନ୍ଦ୍ରାପଡା ବାରିମୂଳ ପଂଚାୟତ ପଡିଆରେ ହେଲିକାପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ବସ୍ ଯୋଗେ ବେଣୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ଡେରାବିଶ, ପଲେଇ, ଚାନ୍ଦୋଳ, ଖମୋଳ ଆଦି ପଞ୍ଚାୟତରେ ରୋଡ୍ ଶୋ କରିବେ । ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ଗରଦପୁର ବ୍ଲକ୍ ଗସ୍ତରେ ଯିବେ। ଗରଦପୁର ବ୍ଲକର ୧୦ ଗୋଟି ଏବଂ ମାର୍ଶ।ଘାଇ ବ୍ଲକର ସମସ୍ତ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ବୁଲିବାର କାର୍ୟ୍ୟକ୍ରମ ରହିଛି ।

କେନ୍ଦ୍ରାପଡାର ବିଧାନସଭା ଏବଂ ଲୋକସଭା ଆସନ ବିଜେଡି ପକେଟକୁ ଯିବା ପରେ ସମୀକ୍ଷକମାନେ ଏହାକୁ ନବୀନ ମ୍ୟାଜିକ୍ ବୋଲି କହିଲେ । ଚଳିତଥର ମଧ୍ୟ ଭୋଟରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଭାବ ପଡିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

one × 3 =