ଚାନ୍ଦକୁ ଗଲା ଚନ୍ଦ୍ରାୟନ-୨, ଇତିହାସ ରଚିଲା ଭାରତ

ବେଙ୍ଗାଲୁରୁ()  ଭାରତର ମହତ୍ଵାକାଂକ୍ଷୀ ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରଯାନ-୨ର ପରୀକ୍ଷଣ ସଫଳ ହୋଇଛି। ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଇସ୍ରୋର ସବୁଠୁ ଓଜନଦାର ରକେଟ୍ ଜିୟୋସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ହ୍ଵିକିଲ-ମାର୍କ ୩(ଜିଏସଏଲଭି-ଏମକେ୩) ଯାନ ଲ୍ୟାଣ୍ଡର(ବିକ୍ରମ) ଓ ରୋଭର(ପ୍ରଜ୍ଞା)କୁ ନେଇ ଉତକ୍ଷେପଣ ହୋଇଛି। ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବ। ଉତକ୍ଷେପଣ ପରେ ପ୍ରଥମ ପର୍ୟ୍ୟାୟ ସଫଳ ହୋଇଛି। ୧୬ ମିନିଟ୍ ପରେ ଚନ୍ଦ୍ରଯାନକୁ ପୃଥିବୀର କକ୍ଷରେ ଅବସ୍ଥାପିତ କରାଯାଇଛି। ଏହାପରେ ଚନ୍ଦ୍ରଯାନ-୨ ରକେଟରୁ ଅଲଗା ହୋଇଛି।

ଦୀର୍ଘ ୩୧ ବର୍ଷ ପରେ ଜୁଲାଇ ୨୨ରେ ପୁଣି ଆକାଶକୁ ଅଭିଯାନ ଆରମ୍ଭବ କରିଛି ଭାରତ । ତେବେ ୪୮ରୁ ୫୦ ଦିନ ଭିତରେ ଭାରତର ମିଶନ ପୂରା ହେବ ଅର୍ଥାତ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ବାହୁବଳୀକୁ ୪୮ରୁ ୫୦ ଦିନ ଲାଗିବ । ତେବେ ଚନ୍ଦ୍ରଯାତ୍ରା ଉପରେ ନଜର ରଖିଛନ୍ତି ୨୫୦ ବୈଜ୍ଞାନିକ ।

ଚନ୍ଦ୍ରକୁ ଚନ୍ଦ୍ରାୟନ-୨ ପଠାଇବାରେ ଭାରତ ୪ର୍ଥ ଦେଶ । ଆମେରିକା, ଋଷ, ଚୀନ ପରେ ଭାରତ ୪ର୍ଥ ଦେଶ ହେଲା । ଜହ୍ନ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ସେଠାରେ ଜଳର ସନ୍ଧାନ କରିବା ଆଉ ଚନ୍ଦ୍ରର ଗଠନ ସମ୍ପର୍କରେ ତଥ୍ୟ ଦେବା । ତେବେ ଚନ୍ଦ୍ରରେ ପହଞ୍ଚିବା ପରେ ରୋଭର ଚନ୍ଦ୍ରପୃଷ୍ଠରେ ଶିଳାର ଫଟୋ ଉଠାଇ ପଠାଇବ । ତେବେ ଏହି ମହାକାଶ ଅଭିଯାନ ପାଇଁ ଖର୍ଚ୍ଚ ହୋଇଛି ୯୭୮ କୋଟି । ଏବଂ ମହାକାଶ ଯାନ ପାଇଁ ଖର୍ଚ୍ଚ ହୋଇଛି ୬୦୩ କୋଟି ଟଙ୍କା ।

Share

Leave a Reply

Your email address will not be published. Required fields are marked *

six + 17 =