୩ ଦିନ ପ୍ରବଳ ବର୍ଷିବ

 ଭୁବନେଶ୍ୱର() ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ପ୍ରକୋପ ଅଧିକ ରହିବ । ଉପକୂଳ ତୁଳନାରେ ବେଶି ବର୍ଷା ହେବ ଆଭ୍ୟନ୍ତରୀଣ ଓଡ଼ିଶାରେ । ଆଜିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଓ ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା, ବଲାଙ୍ଗିରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲାର ତଳି ଇଲାକାରେ ପାଣି ପଶିଯିବା ଆଶଙ୍କା ରହିଛି। ଏ ନେଇ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × three =