ବିଜୟରୁ ସିଦ୍ଧୁଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ବ୍ୟାଡମିଣ୍ଟନରେ ଭାରତର ଷ୍ଟାର ଖେଳାଳି ପି.ଭି ସିନ୍ଧୁ । ମାତ୍ର ୨୮ ମିନିଟରେ ପ୍ରଥମ ମୁକାବିଲାକୁ ନିଜ ନାଁରେ କରିଥିଲେ ପି. ଭି. ସିନ୍ଧୁ । ତେବେ ସେ ଇସ୍ରାଏଲର କେ. ପୋଲିକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସିନ୍ଧୁ ୨୧-୭ ଓ ୨୧-୧୦ ସେଟରେ ପୋଲିକାର ପୋଭାଙ୍କୁ ମାତ୍ ଦେଇଛନ୍ତି । ମ୍ୟାଚରେ ପ୍ରଥମରୁ ହିଁ ଆଗୁଆ ରହିଥିଲେ ପି.ଭି ସିନ୍ଧୁ । ପ୍ରଥମ ସେଟରେ ୨୧-୭ ଓ ଦ୍ୱିତୀୟ ସେଟରେ ୨୧-୧୦ରେ ଆଗୁଆ ରହି ବିଜୟ ହାସଲ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ ପି. ଭି ସିନ୍ଧୁ । ସେତେବେଳେ ସେ କାରୋଲିନା ମାରିନଙ୍କ ଠାରୁ ପରାସ୍ତ ହୋଇଥିଲେ ହେଲେ ଏଥର ମାରିନ୍ ଆହତ ହୋଇଛନ୍ତି । ତେଣୁ ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

18 − seventeen =