ହାତୀ ମୃତ୍ୟୁ ମାମଲାରେ ୩ ଗିରଫ

ଢେଙ୍କାନାଳ କମଳାଙ୍ଗରେ ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେସୁର ବହିଷୃତ କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି, ମେରାମୁଣ୍ଡଳୀ ସେକସନ ଫରେଷ୍ଟ ଅଫିସର ପ୍ରଭାକର ରଣା ଓ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗତ ୨୭ ତାରିଖ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । ଏହି ମାମଲାର କ୍ରାଇମବ୍ରାଂଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ୫ଟି ମାମଲା ରୁଜୁ କରିଥିଲା ।
ଏହି ଘଟଣାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହାତୀ ମୃତ୍ୟୁ ଘଟଣାକୁ ଗୁରୁତର ଭାବେ ନେବା ସହ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବନବିଭାଗ ଓ କ୍ରାଇମବ୍ରାଂଚ ଟିମ କମଳାଙ୍ଗ ଯାଇ ଘଟଣା ସ୍ଥଳରୁ ମୃତ ହାତୀର ରକ୍ତ ନମୂନା ସଂଗ୍ରହ କରିଥିଲେ । ସେହିପରି ଏନଜିଟି ମଧ୍ୟ ଏହି ଘଟଣାରେ ସେସୁକୁ ଦାୟୀ କରି କୋଟିଏ ଟଙ୍କାର ଫାଇନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twelve − 11 =