ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଲେ କର୍କଟ ରୋଗୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା । ଆମ ପ୍ରିୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକ୍ଷେତ୍ରରେ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ଲାଗି ଅନେକ ରୋଗୀଙ୍କୁ ମିଳୁଛି ନୂଆ ଜୀବନ ଆଉ ବଞ୍ଚିବାର ରାହା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମାଧ୍ୟମରେ ଅନେକ ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଯାହାଫଳରେ ଗରୀବ ଅସହାୟମାନେ ବଡ ବଡ଼ ମେଡିକାଲରେ ଚିକିତ୍ସିତ ହେବାର ସୁଯୋଗ ପାଉଛନ୍ତି । ତାହା ପୁଣି ପୁରାପୁରି ମାଗଣା । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜାନା ରାଜ୍ୟର ଅନେକ ରୋଗୀ ଏବେ ଉପକୃତ ହେଉଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଜଣେ କର୍କଟ ରୋଗୀ ଏହି ଯୋଜନାରେ ଉପକୃତ ହେବାପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଅସହାୟଙ୍କୁ ସହାୟ ହେଉଛି ବିଏସକେୱାଇ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ତୁରେକେଲା ବ୍ଲକ ହିଆଲ ଗାଁର ଧ୍ରୁବ ପୁଟେଲ ଚିକିତ୍ସିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।ହିଆଲ ଗାଁର ଧ୍ରୁବ ପୁଟେଲ କର୍କଟ ରୋଗରେ ପୀଡ଼ିତ ହୋଇ ରାୟପୁର ରାମ କ୍ରିଷ୍ଣା କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରୁ ଧ୍ରୁବଙ୍କୁ ରେଫର କରାଯାଇ ରାୟପୁର ରାମ କ୍ରିଷ୍ଣା କେୟାର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

Share

Leave a Reply

Your email address will not be published. Required fields are marked *

five × two =