ପୁଣି ୧୫ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ରୋଷେଇ ଘରେ ମହାଙ୍ଗା ମାଡ଼ । ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର । ତୈଳ ବିପଣନକାରୀ କମ୍ପାନୀଗୁଡିକ ବୁଧବାର ଦିନ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରିଛନ୍ତି । ଦୁଇମାସରୁ କମ ସମୟ ମଧ୍ୟରେ ଏହା ଏଲପିଜିର ଚତୁର୍ଥ ମୂଲ୍ୟ ବୃଦ୍ଧି ହୋଇଛି । ଏହି ବୃଦ୍ଧିପରେ ଅଣ ରିଆତି ୧୪.୨ କିଲୋଗ୍ରାମ ଏଲପିଜି ଥିବା ସିଲିଣ୍ଡର ମୂଲ୍ୟ ନୂଆଦିଲ୍ଲୀରେ ୮୯୯ ଟଙ୍କା ୫୦ ପଇସା ଏବଂ ୫ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୫୦୨ ଟଙ୍କା ହୋଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ରିଆତି ଓ ଅଣ ରିଆତି ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଡଲାର-ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟରେ ହ୍ରାସ ବୃଦ୍ଧି ଏଲପିଜି ମୂଲ୍ୟ ପରିବର୍ତ୍ତନର କାରଣ ବୋଲି କୁହାଯାଇଛି । ଇତିମଧ୍ୟରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବୃଦ୍ଧିପାଇ ୨୦୧୪ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏଥିସହିତ ମଙ୍ଗଳବାର ଦିନ ଡଲାର ପିଛା ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କା ୫୦ ପଇସାରୁ ଅଧିକ ରହିଥିଲା ।

Share

Leave a Reply

Your email address will not be published. Required fields are marked *

20 + nineteen =