ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ମେସିଆ ଭାବେ ଛିଡା ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର () ମାନବିକତାର ନିଆର ଉଦାହାରଣ ସୃଷ୍ଟି କରିଛନ୍ତି ଚିତ୍ରକୋଣ୍ଡା ବିଜେଡି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ବାକା । ନିର୍ବାଚନ ପ୍ରଚାରରେ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ଦୁଇ ଜଣଙ୍କ ଜୀବନ ବଂଚାଇ ସେ ଏବେ ମାଲକାନିଗିରିରେ ପ୍ରଶଂସାର ପାତ୍ର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ପ୍ରଚାର ହେବା ପରେ ହଜାର ହଜାର ପ୍ରଶଂସାର ସୁଅ ଛୁଟୁଛି ।

ନିକଟରେ ବାଇକରେ ଯାଉଥିବା ସମୟରେ ଦୁଇଜଣ ବ୍ୟକ୍ତି ମାଥିଲି ନିକଟରେ ଗୁରୁତ୍ତର ଦୁର୍ଘଟଣାର ଶୀକାର ହୋଇଥିଲେ । ସେସମୟରେ ସେହି ରାସ୍ତାରେ ଯାଉଥିଲେ ପୂର୍ଣ୍ଣ ଚନ୍ଦ୍ର । ସେ ଦୁର୍ଘଟଣା ଦେଖି ତୁରନ୍ତ ନିଜ ପ୍ରଚାର ଗାଡି ଅଟକାଇ ଆହତଙ୍କ ଉଦ୍ଧାର କରିବା ସହ ସେମାନଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସାର ବ୍ୟବସ୍ଥା କରାଇଲେ । ପୂର୍ଣ୍ଣଚନ୍ଦ୍ରଙ୍କ ଏହି ସମାନୁବର୍ତ୍ତୀ ସେବା ପାଇଁ ଏହି ଦୁଇ ବ୍ୟକ୍ତିଙ୍କ ଜୀବନ ବଂଚିଗଲା । ଏହି ଦୁଇ ବ୍ୟକ୍ତିଙ୍କ ପାଇଁ ପୂର୍ଣ୍ଣଚନ୍ଦ୍ର ମେସିହା ପାଲଟିଯାଇଥିବା ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା ସାଉଁଟୁଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 8 =