ଭଦ୍ରକରୁ ବ୍ରାଉନ ସୁଗାର ଜବତ

ଭଦ୍ରକ: ଭଦ୍ରକରେ ପୁଣି ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ। ଏଥିସହ ୨ ଜଣ ଗରିଫ କରିଛି ପୁଲିସ ଜ୍ଝ ସହର ଭିତରେ କୋଭିଡ ଏନଫୋର୍ସମେଣ୍ଟ ଚାଲୁଥିଲା ସମୟରେ ବାଇକରେ ବ୍ରାଉନସୁଗର ନେଇ ଯାଉଥିବା ବେଳେ ମାଡି ବସିଲା ପୋଲିସ । ପରେ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ଟାଉନ ଥାନା ପୋଲିସ ଦ୍ବାରା ମଚେଲ ଛକ ନିକଟରେ କୋଭିଡ ଏନଫୋର୍ସମେଣ୍ଟ ବେଳେ ଏକ ବାଇକରେ ଆସୁଥିବା ୨ ଯୁବକଙ୍କୁ ଅଟକାଇଥିଲା ପୁଲିସ । ‍ପରେ ସନ୍ଦେହ ହେବରୁ ଯାଞ୍ଚ କରି ସେମାନଙ୍କ ନିକଟରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ । ଚଢ଼ାଉ ବେଳେ ଏକ ବାଇକ ସହ ବ୍ରାଉନସୁଗାର ପାଇଁ ବ୍ୟବହୃତ କାଗଜ ଓ ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା କହିଛ ପୁଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ତେବେ ଏ ନେଇ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରୁଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଏସଜିପିଓ ସାର୍ଥକ ରାୟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।

Share

Leave a Reply

Your email address will not be published. Required fields are marked *

three + 1 =