ଘୁଞ୍ଚିବ ଟ୍ରାଫିକ୍ ନିୟମ ଡେଡଲାଇନ

ଭୁବନେଶ୍ୱର()  ନୂତନ ମୋଟର ଯାନ ନିୟମକୁ କୋହଳ କରିବାକୁ ରାଜ୍ୟ ସରକାର ଦେଇଥିବା କଣ୍ଟ ପୁରିବାକୁ ଆଉ କେବଳ ୨ଦିନ ବାକି ରହିଲା । ସଠିକ ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଟିଓ ଅଫିସରେ ଲମ୍ବା ଲାଇନ ଲାଗିଛି । କିନ୍ତୁ ହୋଇପରୁନି କାଗଜପତ୍ର । ତେଣୁ ଆରଟିଓରେ ଅସମ୍ଭାଳ ଭିଡ଼ ନେଇ ଆଜି ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠିଛି ।

କାଗଜପତ୍ର କରି ନଥିବା ଗାଡ଼ି ଚାଳକ ଏବେ ଆରଟିଓ ଅଫିସରେ ଭିଡ଼ ଜମାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ଶାସକ ଦଳ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରଦୀପ ମହାୀରଥୀ ଶୂନ୍ୟକାଳରେ ଆଲୋଚନା କରିଛନ୍ତି । ଆରଟିଓରେ ଆବଶ୍ୟକ ଷ୍ଟାଫ ନଥିବାରୁ ଲୋକେ ସୁବିଧା ପାଉ ନାହାଁନ୍ତି । ଭୁବନେଶ୍ୱରକୁ ଛାଡ଼ି ଅନ୍ୟ ସବୁ ଜାଗାରେ ସନ୍ଧ୍ୟା ହେଲେ ଆରଟିଓ ବନ୍ଦ ହୋଇଯାଉଛି । ତେଣୁ ସରକାର ନେଇଥିବା ନିଷ୍ପତିର ପୁନର୍ବିଚାର କରିବା ଦରକାର । ରାଜ୍ୟରେ ଜିଜିଆ କର ଲାଗିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମହାରଥୀ କହିଛନ୍ତି ।

ଲୋକେ କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ତେଣୁ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ତାରାପ୍ରସାଦ ବାହିନପତି ଦାବି କରିଥିଲେ । ଦେବୀ ମିଶ୍ର ଓ ତାରା ବାହିନୀପତିଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ବିଧାୟକ ପ୍ରଦୀପ ମହାରଥୀ । ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର ଯାଂଚର ଅବଧି ବୃଦ୍ଧି କରିବାକୁ ହାତ ଯୋଡି ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ସେପଟେ ଗାଡି କାଗଜ ପତ୍ର ପାଇଁ ସରକାର ଅବଧି ବଢଇବା ନେଇ ଗୃହରେ ଉଦବେଗ ପରେ ପରିବହନ ମନ୍ତ୍ରୀ ଏନେଇ ବିଚାର କରିପାରନ୍ତି ବୋଲି କହିଛନ୍ତି ବାଚସ୍ପତି । ଅନ୍ୟପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯେ ବିକଳ୍ପ ବ୍ୟବସ୍ଥା ପାଇଁ ବିଚାର ବିମର୍ଶ ଚାଲିଛି । ସମୟସୀମା ବୃଦ୍ଧି କରାଯିବ କି ନାହିଁ ସେ ନେଇ ଆଲୋଚନା କରାଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three − 2 =