ଶେଷରେ ଜନମତକୁ ମାନିଲା ବିଜେପି

ଭୁବନେଶ୍ବର () ମହାନଦୀ ପ୍ରସଙ୍ଗରେ ବିଳମ୍ବରେ ହେଲେ ବି ବୋଧହୁଏ ରାଜ୍ୟ ବିଜେପିର ନିଦ ଭାଙ୍ଗିଛି  । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରୁଥିବାରୁ ହେଉଥିବା କ୍ଷୟକ୍ଷତିକୁ ଆଜିଯାଏଁ ରାଜ୍ୟ ବିଜେପି ନେତା ମାନୁନଥିଲେ  । କିନ୍ତୁ ଆଗାମୀ ଦିନରେ ଏହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ  । ବୋଧହୁଏ ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମାନିଛନ୍ତି ଯେ, ଛତିଶଗଡ ସରକାର ଭୁଲ କରିଛନ୍ତି  । ଉପମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ଯେଉଁ ଅଣମୌସୁମୀ ସମୟରେ ଯେତିକି ପାଣି ଆସିବା କଥା ତାହା ପ୍ରବାହିତ ହେଉନି  । ରାଜ୍ୟର ଏହି ଆବଶ୍ୟକତାକୁ ଛତିଶଗଡଠାରୁ ଛଡେଇ ଆଣିବା କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ  । କେବଳ ଏତିକି ନୁହେଁ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବା ଦରକାର  । ଛତିଶଗଡରୁ ପାଣି ଛଡେଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଛତିଶଗଡ ଉପରେ ଚାପ ପକାନ୍ତୁ  । ଛତିଶଗଡରୁ ପାଣି ଛଡେଇବା ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ସେ ବ୍ୟକ୍ତିଗତ ଭାବେ ଦଳ ତରଫରୁ ସବୁ ପ୍ରକାର ସହଯୋଗ କରିବାକୁ ସମ୍ବଲପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  ।

କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବିବୃତିକୁ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି  । ସେ କହିଛନ୍ତି ଯେ, ବିଜେପି ରାଜ୍ୟ ନେତାମାନେ ବିଳମ୍ବରେ ହେଲେ ବି ସତ ମାନିଛନ୍ତି  । ରାଜ୍ୟ ସ୍ବାର୍ଥ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଏବଂ କୌଣସି ଚାପର ବଶବର୍ତ୍ତି ହେଉନାହାଁନ୍ତି  । କେନ୍ଦ୍ର ସରକାର ଏବଂ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଛତିଶଗଡ ସରକାର ଉପରେ ଚାପ ସୃଷ୍ଟି କରିବାକୁ ଉଚିତ ସ୍ଥାନରେ ଅଛନ୍ତି  । ମହାନଦୀକୁ ନେଇ ସୃଷ୍ଟି ହୋଇଥିବା ଜନମତକୁ ବିଳମ୍ବରେ ହେଲେ ବି ବିଜେପି ନେତାମାନେ ସ୍ବୀକାର କରିଥିବାରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି   ।

Share

Leave a Reply

Your email address will not be published. Required fields are marked *

9 − 3 =