ସ୍କୁଲ ପିଲାଙ୍କୁ ଦିଆଯିବ ଅଗ୍ନି ନିରାପତ୍ତା ତାଲିମ, ଖୋଲିଲା ଫାୟାର ପାର୍କ

ଭୁବନେଶ୍ବର () କେମିତି କାର୍ଯ୍ୟ କରୁଛି ଅଗ୍ନିଶମ ବିଭାଗ । ସାଧାରଣ ଲୋକ ଏହାର ଅନୁଭୁତି ନେବେ । ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପ୍ରଥମେ ଏହି ପାର୍କରେ ପ୍ରବେଶ କରିବାକୁ ସୁଯୋଗ ମିଳିବ । ନିଆଁ ଲାଗିଲେ କିଭଳି ଏହାକୁ ମୁକାବିଲା କରାଯିବ, ସେ ନେଇ ଶିକ୍ଷା ଦିଆଯିବ । ଏନେଇ ଅଗ୍ନିଶମ ବିଭାଗର ନୂଆ ୱେବସାଇଟ ଓ ଫାୟାର ପାର୍କ ଉଦଘାଟନ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି। ପ୍ରତି ଶନିବାର 3ଟା 30ରୁ 5 ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ପାର୍କ ଖୋଲିବ । ଅଗ୍ନିଶମ ବିଭଗର କିଭଳି କାର୍ଯ୍ୟ କରେ, ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରେ ସେ ସବୁ ପ୍ରଦର୍ଶନ କରାଯିବ । ଅଗ୍ନିଶମ ବିଭାଗର ଏହି କାର୍ଯ୍ୟକ୍ରମରେ ୫ଟି ସଚିବ, ଗୃହ ମନ୍ତ୍ରୀ, ଅଗ୍ନିଶମ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଲୋକଙ୍କ ଆୱାରନେସ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ପୂର୍ବରୁ ‘ଅଗ୍ନିଶମ ସେବା’ ନାମରେ ଏକ ପୋର୍ଟାଲ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଇଥିଲା। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଜନସାଧାରଣଙ୍କ ମତାମତ ନେଇ ଏହାକୁ ଆହୁରି ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ସେବା ସ˚ସ୍ଥାକୁ ‘ମୋ ସରକାର’ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଫାୟାର ପାର୍କ ଭାରତ ବର୍ଷରେ ପ୍ରଥମ ଥର ପାଇଁ କରାଯାଇଛି ।ଅଗ୍ନିଶମ ବିଭାଗର ବିଭିନ କାର୍ଯ୍ୟ ଦକ୍ଷତା, ସଫଳତା, ଡ଼କୁମେଣ୍ଟିରି ଆଦି ଲୋକଙ୍କୁ ଅବଗତ କରାଯିବ। ସେହିପରି ରାମଚଣ୍ଡୀରେ ଲାଇଫ ଗାର୍ଡ ସ୍କିଲ ଜାତୀୟ ସ୍ତରୀୟ ଟ୍ରେନିଂ ସେଣ୍ଟର ଖୋଲାଯିବ । ଓଡିଶା ଷ୍ଟେଟ ଲାଇଭଗାର୍ଡ ଇନଷ୍ଟିଚ୍ୟୁଟ ରାମଚଣ୍ଡୀରେ ଖୋଲାଯିବ ।

Share

Leave a Reply

Your email address will not be published. Required fields are marked *

sixteen − twelve =