ରାଷ୍ଟ୍ର ଗଠନର ସୂତ୍ରଧର ସାଜିବେ ଛାତ୍ର ସମାଜ

ଯାଜପୁର () ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ
ଯାଯପୁର ଜିଲ୍ଲା ବରୁଆଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟାତିତ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀମାନେ ସମାଜର ମୁଖ୍ୟ ସ୍ରୋତରେ ଆଗାମି ଦିନରେ ସାମିଲ ହୋଇ ସଶକ୍ତ ରାଷ୍ଟ୍ର ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ମହାପାତ୍ର । ଦେଵେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ରାଉତ, ଅଜୟ ମହାନ୍ତି, ଗୋବିନ୍ଦ ସେଠି, ଗୋପାଳ ଜେନା, ଦୁଖିଃରାମ ମହାନ୍ତି ପ୍ରମୁଖ ଶିକ୍ଷକ ମାନେ ଯୋଗଦାନ କରିଥିଲେ । ଧିରେଧିରେ ଶିକ୍ଷା କ୍ଷେତ୍ରରେ ଆସୁଥିବା ବୈପ୍ଳବିକ ପରିବର୍ତ୍ତନ ସମାଜକୁ ଆହୁରି ସୃଦୃଢ କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସ୍କୁଲ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଛି ।

ସେଣ୍ଟ ଜାଭିୟର ସ୍କୁଲ ନିର୍ଦ୍ଦେଶକ ଧ୍ରୁବକୁମାର ମହାପାତ୍ର ସଭାର ସଭାପତିତ୍ୱ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ସେଣ୍ଟ ଜାଭିୟର ହାଇସ୍କୁଲ କେବଳ ଯାଜପୁର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମରେ ଏସ.କେ ବକସ ,ଗୋପାଳ ଚନ୍ଦ୍ର ଜେନା ,ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଗ୍ରହଣ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen − one =