ବନ୍ଦ ହୋଇଗଲା ଏକ ଟଙ୍କିଆ କଏନ୍‌, ରିଜର୍ଭ ବ୍ୟାଙ୍କ ତରଫରୁ ବିଜ୍ଞପ୍ତି ଜାରି

ବର୍ତ୍ତମାନ ସମୟରେ ଧ୍ୟାନ ଦେଇଛନ୍ତି କି,ଏହି ସ୍ଥାନ ଗୁଡିକରେ ୧ଟଙ୍କା ଛୋଟ ମୁଦ୍ରା ଦେଲେ ଅନେକ ଲୋକ ଏହି ଟଙ୍କାକୁ ନେବାକୁ ମନା କରି ଦେଇଥାଆନ୍ତି । ଏହା ଚଳୁନି, ଲୋକେ ଏହାକୁ ନେଉ ନାହାନ୍ତି କିଛି ଏଭଳି କହି ଏହି ମୁଦ୍ରା ନେବାକୁ ମନା କରି ଦିଅନ୍ତି । କେବଳ ଏତିକି ନୁହେଁ ଆପଣ ଯଦି କୌଣସି ଦୋକାନକୁ ଯାଇ ଏହି ୧ଟଙ୍କା ମୁଦ୍ରା ଦେବେ ସେମାନେ ମଧ୍ୟ ମନା କରି ଦେବେ । ତେବେ କଣ ସତରେ ଏହି ୧ଟଙ୍କା ଚଳୁନି? ଆଉ ଯଦି ଏହା ଚଳୁ ନାହିଁ ତେବେ ଆମ ପାଖରେ ଥିବା ଏହି ଟଙ୍କା ଗୁଡିକ ହେବ କଣ? କଣ ସରକାରଙ୍କ ତରଫରୁ ଏଭଳି କିଛି ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆରବିଆଇ ଏହାକୁ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା ।

ଆରବିଆଇର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ସରକାର ଏଭଳି କିଛି ଘୋଷଣା କରି ନାହାନ୍ତି । କିନ୍ତୁ କିଛି ସ୍ଥାନରେ ବ୍ୟବସାୟୀ ମାନଙ୍କ ଦ୍ୱାରା ଏଭଳି କାର‌୍ୟ୍ୟ କରାଯାଉଛି । ଆପଣ ଯଦି ଏହି ସମସ୍ୟାର ସାମନା କରୁଛନ୍ତି ତେବେ ଆପଣ ଏହି ୧ଟଙ୍କିଆ ଗୁଡିକୁ ଏକ୍ସଚେଞ୍ଜ କରି ପାରିବେ । ମୁଖ୍ୟତଃ ସମସ୍ତ ପୋଷ୍ଟ ଅଫିସ ଗୁଡିକରେ ଆପଣ ଏହି ଟଙ୍କା କୁ ବଦଳ କରିପାରିବେ । ଆପଣ ଆପଣଙ୍କର ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ସେଠାରେ ଏହାକୁ ବଦଳାଇ ପାରିବେ । ଟଙ୍କା ଚଳୁନଥିବାର ବହୁ ଅଭିଯୋଗ ଆସିବା ପରେ ଆରବିଆଇ ଜୁନ୨୬ ତାରିଖ ୨୦୧୯ ରେ ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଦୟାକରି ଗୁଜବ ଗୁଡିକରେ ବିଶ୍ୱାସ କର ନାହିଁ । ସମସ୍ତ ମୁଦ୍ରା କାରବାର କରିବା ପାଇଁ ହିଁ ଉପଲବ୍ଧ କରାଯାଇଛି, ତେଣୁ ମୁଦ୍ରା କାରବାରରେ କୌଣସି ସମସ୍ୟା କରନ୍ତୁ ନାହିଁ । ଭାରତର ରିଜର୍ଭ ବ୍ୟାଙ୍କ ଭାରତ ସରକାରଙ୍କ ଦ୍ୱାରା ନିର୍ମିତ ମୁଦ୍ରା ପ୍ରଚଳନ କରୁଛି । ଏହାର ସ୍ୱତନ୍ତ୍ର ବୈଶିଷ୍ଟ ମଧ୍ୟ ରହିଛି । ଏହାସହିତ ରିଜର୍ଭ ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ ସମୟକ୍ରମେ ଜନ ସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମୁଦ୍ରା ଗୁଡିକରେ ବିଭିନ୍ନ ଡିଜାଇନ ଆଉ ଥିମ ଏବଂ ଆକାରରେ ପରିବର୍ତ୍ତନ କରାଯାଇଥାଏ ।

ଏହିପରି ମୁଦ୍ରାର ପ୍ରକୃତତା ଉପରେ କିଛି ମହଲରେ ସନ୍ଦେହ ରହିଛି ଯାହା ଦ୍ୱାରା କିଛି ବ୍ୟବସାୟୀ, ଦୋକାନୀ ମୁଦ୍ରାର ବ୍ୟବହାର ଏବଂ ପ୍ରଚାରରେ ବାଧା ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କୁ ଏପରି ଗୁଜବକୁ ବିଶ୍ଵାସ ନକରିବାକୁ ନିବେଦନ କରିଛି ଏବଂ ଏହି ମୁଦ୍ରାଗୁଡ଼ିକୁ ବିନା ଦ୍ୱନ୍ଦ୍ୱରେ ସମସ୍ତ କାରବାରରେ ଆଇନଗତ ଟେଣ୍ଡର ଭାବରେ ଗ୍ରହଣ କରିବାକୁ ଜାରି ରଖିଛି ବୋଲି ଏଥିରେ କୁହାଯାଇଛି।
ତେଣୁ ଆପଣ ମାନେ ମଧ୍ୟ ଏହି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଏବଂ ଆପଣ ଯଦି ଏହି ୧ଟଙ୍କିଆ ମୁଦ୍ରାକୁ ନେଇ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଏହାକୁ ନିକଟସ୍ଥ ପୋଷ୍ଟ ଅଫିସରେ ବଦଳ କରି ନିଅନ୍ତୁ ।ନିଜେ ସଚେତନ ହେବା ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ସଚେତନ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

twenty − 12 =