ଛତିଶାନିଯୋଗ ବୈଠକ ଉପରେ ନଜର

ଭୁବନେଶ୍ବର () ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ ଓ ବିଶୃଙ୍ଖଳା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହଇଚଇ ସୃଷ୍ଟି ହୋଇଛି । ନିର୍ଦ୍ଦେଶନାମାଙ୍କୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ କାର୍ଯ୍ୟକାରୀ କରିବାକୁ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିରୋଧରେ ପୁଣି କୋର୍ଟ ଯିବାକୁ ସେବାୟତ ପ୍ରସ୍ତୁତ ହେଉଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ କାଲି ସ୍ଥିତି ଅନୁଧ୍ୟାନ ଲାଗି ଶ୍ରୀମନ୍ଦିର ଯିବେ ଜିଲ୍ଲା ଜଜ । ଆଉ ଅନୁଧ୍ୟାନ ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ ।

ସେପଟେ ଆସନ୍ତାକାଲି ପୁରୀରେ ଛତିଶା ନିଯୋଗର ଏକ ଜରୁରୀ ବୈଠକ ଡକାଯାଇଛି । ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିସ୍ତୁତ ଆଲୋଚନା ହେବ । ବୈଠକରେ ଏହା ହିଁ ଏକମାତ୍ର ଏଜେଣ୍ଡା ରହିଛି । ଆସନ୍ତା ୨୮ ତାରିଖରେ ସ୍ନାନପୂର୍ଣ୍ଣିମା । ଆଉ ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରୀବିଜେ ଯାଏଁ ଦଇତା ସେବାୟତ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହିସମୟରେ ସରକାରୀ ହୁଣ୍ଡିରେ ଯେଉଁ ଦକ୍ଷିଣା ପଡେ ତାହାର ୮୦ ପ୍ରତିଶତ ଦଇତାମାନେ ନେଇଥାନ୍ତି । ସେହିଭଳି ସ୍ନାନପୂର୍ଣ୍ଣିମାବେଳେ ତ୍ରୟୋଦଶୀଠାରୁ ନବଯୌବନ ଦର୍ଶନ ଯାଏଁ ଶ୍ରୀମନ୍ଦିର ଗୁପ୍ତସେବାରେ ଦଇତାପତିମାନେ ସାମିଲ ହୋଇଥାନ୍ତି ।

ଏହି ସମୟରେ ସରକାରୀ ହୁଣ୍ଡିରେ ପଡୁଥିବା ଦାନରେ ଦଇତାଙ୍କ ୮୦ ପ୍ରତିଶତ ଓ ସରକାରଙ୍କ ୨୦ ପ୍ରତିଶତ ଭାଗ ରହିଥାଏ । ଆଉ ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ କଣ କରିବ କଣ କରିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ଦଇତାଙ୍କ ୮୦ ପ୍ରତିଶତ ଟଙ୍କାକୁ ପ୍ରଶାସନ ନିଜ ପାଖରେ ରଖିବ କି, ଏ ନେଇ ବଡ ପ୍ରଶ୍ନ ଉଠିଛି । ପ୍ରଶାସନ ଏଭଳି କଲେ ଦଇତାପତି ଅସହଯୋଗ କରିବା ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

16 + 16 =