କାଳିଆକୁ କପି କଲେ ମୋଦି

ଭୁବନେଶ୍ୱର () ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କପି କଲେ କେନ୍ଦ୍ରର ମୋଦି ସରକାର । ରାଜ୍ୟ ସରକାର କାଳିଆରେ ବର୍ଷକୁ 10 ହଜାର ଟଙ୍କା ସହାୟତା ଦେଉଥିବା ବେଳେ କେନ୍ଦ୍ରର କୃଷକ ନିଧି ସମ୍ମାନ ଯୋଜନାରେ ବର୍ଷକୁ 6ହଜାର ଟଙ୍କା ସହାୟତା ମିଳିବ ।

ଆଜି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନା ବେଳେ ପୀୟୂଷ ଗୋଏଲ ଏହି ଘୋଷଣା କରିଛନ୍ତି । କାଳିଆ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ଦୁଇଥରରେ 5000 ହଜାର ଲେଖାଏଁ ମୋଟ 10 ହଜାର ଟଙ୍କା ପ୍ରଦାନ କରିବେ । କେନ୍ଦ୍ର ସରକାର ସମାନ ଢାଞ୍ଚାରେ ବର୍ଷକୁ 3 ଥରରରେ 6 ହଜାର ଟଙ୍କା ସହାୟତା ଦେବେ ।

ରାଜ୍ୟ ସରକାର ଭୂମିହୀନ ଚାଷୀଙ୍କୁ ଜୀବନଜୀବିକା ପାଇଁ 12,500 ଟଙ୍କା ସହାୟତା ଦେଉଥିବା ବେଳେ କେନ୍ଦ୍ର ସରକାର ଭୂମିହୀନଙ୍କ ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି । ସେହିଭଳି ଭାଗଚାଷୀଙ୍କ ପାଇଁ ମଧ୍ୟ କୌଣସି ଘୋଷଣା କରିନାହାନ୍ତି ।

Share

Leave a Reply

Your email address will not be published. Required fields are marked *

5 × 5 =