ଭାଇରଲ ଭିଡିଓ ନେଲା ଜୀବନ

ଅନୁଗୁଳ () :ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଲଜ୍ଜ୍ୟା ସହିନପାରି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପ୍ରେମିକ ଅଶ୍ଳୀଳ ଭିଡ଼ିଓ ଭାଇରଲ କରିବା ଯୋଗୁ ଯୁବତୀ ଜଣକ ମର୍ମାହତ ହୋଇ ପଡ଼ିଥିଲେ। ଶେଷରେ କୌଣସି ଉପାୟ ନପାଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଅଣାଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀଙ୍କ ପରିବାର ଲୋକେ ଯୁବକ ବିରୁଦ୍ଧରେ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମକଦମା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଯୁବତୀଙ୍କ ପ୍ରେମିକ ତାଳଚେର ଅଂଚଳର ବୋଲି ଜଣାପଡିଛି। ଯୁବତୀ ଜଣକ ଭିଡ଼ିଓ କଳିଙ୍ଗ କରି ପ୍ରେମିକ ସହ କଥା ହେଉଥିଲେ। ଶରୀରର ଆପତ୍ତି ଜନକ ଅଙ୍ଗ ପ୍ରଦର୍ଶନ କରୁଥିଲେ। ସେହି ମୁହୂର୍ତ୍ତୃର ଚିତ୍ର ରେକଡିଂ କରି ପ୍ରେମିକ ଭାଇରଲ କରିଥିଲା।

Share

Leave a Reply

Your email address will not be published. Required fields are marked *

8 + 15 =