କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ() କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କୌଣସି ମତେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ପରିଚୟ ପଦାକୁ ଆସିଲେ ସାମାଜିକ ନିନ୍ଦାର ଭୟ ରହିଛି । ଏପରିକି ସରକାର ପ୍ରକାଶ କରୁଥିବା ଚିଠି କିମ୍ବା ଅନ୍ୟାନ୍ୟ ନଥିରେ ଆକ୍ରାନ୍ତଙ୍କ ନାଁ ଉଲ୍ଲେଖ ହେବ ନାହିଁ ବୋଲି କୋର୍ଟ କହିଛନ୍ତି । ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବା ନାହିଁ ବୋଲି କୋର୍ଟ ତାଗିଦ କରିଛନ୍ତି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଅନଙ୍ଗ କୁମାର ଓତା ନାମକ ଜଣେ ବ୍ୟକ୍ତି ।

 

Share

Leave a Reply

Your email address will not be published. Required fields are marked *

three × 5 =