୧୧ଟି ଚେକ ପଏଣ୍ଟ ଦେଇ ଫେରିବେ ପ୍ରବାସୀ, ହାତରେ ଲାଗିବ ଷ୍ଟାମ୍ପ

ଭୁବନେଶ୍ୱର () କରୋନା ମୁକାବିଲାରେ ତୃତୀୟ ପର୍ଯ୍ୟାୟ ଲଢେଇ ପାଇଁ ପ୍ରସ୍ତୁତ ହୋଉଛନ୍ତି ରାଜ୍ୟ ସରକାର । ଏହି ପର୍ଯ୍ୟାୟରେ ବାହାର ରାଜ୍ୟରେ ଫସିଥିବା ଓଡିଆ ଫେରିବା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ରାଜ୍ୟ ସରକାର ଘର ବାହୁଡା ଲୋକ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ବ୍ଲୁ-ପ୍ରିଣ୍ଟିର ବିବରଣୀ ଦେଇଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ପ୍ରତେ୍ୟକ ବ୍ୟକ୍ତି କୋଭିଡ ପୋର୍ଟାଲରେ ପଂଜିକରଣ କରିବେ । ସେମାନେ ସଡକ ପଥରେ କିମ୍ବା ଟେ୍ରନ ଯୋଗେ ମଧ୍ୟ ଫେରିପାରିବେ । ସଡକ ପଥରେ ଫେରିବା ପୂର୍ବରୁ ସେ ଯେଉଁ ରାଜ୍ୟରୁ ଫେରୁଛନ୍ତି ସେ ରାଜ୍ୟ ପ୍ରଶାସନର ଅନୁମତିପତ୍ର ଗ୍ରହଣ କରିବେ ।

ତେବେ ସଡକ ପଥରେ ସେମାନେ ଓଡିଶାକୁ ଯେକୌଣସି ଦିଗରୁ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାର ୧୧ଟି ଚେକ ପଏଣ୍ଟ ନିଦ୍ର୍ଧାରଣ କରିଛନ୍ତି । ସେଗୁଡିକ ହେଲା କୋରାପୁଟ ଜିଲ୍ଲାର ଚାନ୍ଦିଲି ଓ ସୁଙ୍କି, ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର, କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଗଂଜାମର ଗିରିଷୋଳା, ମୟୁରଭଂଜ ଜିଲ୍ଲାର ଜାମଷୋଳା, ରାୟଗଡା ଜିଲ୍ଲାର କେରଡା, ନୂଆପଡାର ଖରିଆର ରୋଡ, ବାଲେଶ୍ୱରର ଲକ୍ଷ୍ମଣନାଥ, ବରଗଡର ଲୁହାରଚାଟି ଏବଂ ମାଲକାନଗିରିର ମୋଟୁ । ଏହିସବୁ ଚେକ ପଏଣ୍ଟରେ ରହିଛି ସ୍ୱତନ୍ତ୍ର କ୍ୟାମ୍ପ ଅଫିସ । ଓଡିଶା ଫେରୁଥିବା ପ୍ରତେ୍ୟକ ବ୍ୟକ୍ତିଙ୍କ ଡାହାଣ ହାତରେ ଏହି କ୍ୟାମ୍ପ ଅଫସରେ ଲାଗିବ ଏଣ୍ଟ୍ରି ତାରିଖର ଷ୍ଟାମ୍ପ । ଯେଉଁ ଗାଡିରେ ଫେରୁଛନ୍ତି ସେହି ଗାଡିର ୱିଣ୍ଡସିଲ୍ଡରେ ମଧ୍ୟ ଫେରୁଥିବା ବ୍ୟକ୍ତିଙ୍କ ବିବରଣୀ ରହିବ ।

ସେହିଭଳି ଟେ୍ରନରେ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଷେ୍ଟସନ ସ୍ଥିର ହୋଇଛି । ଟେ୍ରନରେ ଆସିବା ପାଇଁ ପୂର୍ବରୁ ପଂଜିକରଣ ବାଧ୍ୟତାମୂଳକ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ କୌଣସି ଟେ୍ରନ ଓଡିଶା ସୀମାକୁ ପ୍ରବେଶ କରିପାରିବ ନାହିଁ । ଟେ୍ରନରେ ବୋଡଂ କରିବା ପୂର୍ବରୁ ପ୍ରତେ୍ୟକଟି ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ଏଥିପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଟେ୍ରନ ଓ ବସରେ ଫେରୁଥିବା ପ୍ରତେ୍ୟକଟି ବ୍ୟକ୍ତିଙ୍କ ଯାତ୍ରା ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବ ବୋଲି ସେ କହିଛନ୍ତି ।

ଟେ୍ରନ ଓ ବସରେ ଫେରୁଥିବା ପ୍ରତେ୍ୟକ ବ୍ୟକ୍ତିଙ୍କ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ଏହା ସେମାନଙ୍କର ଓ ସେମାନଙ୍କ ପରିବାର ଏବଂ ସବୋର୍ପରି ସମାଜର ସୁରକ୍ଷା ପାଇଁ । ସହାରଞ୍ଚଳକୁ ଫେରୁଥିବା ବ୍ୟକ୍ତିଙ୍କୁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପ୍ରାଥମିକତା ଦିଆଯାଉଛି । କିନ୍ତୁ ଘରେ ଯଦି କ୍ୱାରେଣ୍ଟାଇନ ପାଇଁ ସୁବିଧା ନାହିଁ ତେବେ ସେମାନଙ୍କୁ ପୌର ପ୍ରଶାସନ ଦ୍ୱାରା ସ୍ଥିରିକୃତ ଆନୁଷ୍ଠାନିକ କ୍ୱାରେଣ୍ଟାଇନରେ ରଖାଯିବ । ଏଥିପାଇଁ ବିଭିନ୍ନ ସହରାଞ୍ଚଳରେ ୪୦ ହଜାର କ୍ୱାରେଣ୍ଟାନ ବେଡ ପ୍ରସ୍ତୁତ କରାଯାଇଛି । ସେମାନେ ଚାହିଁଲେ ପଇସା ଦେଇ ବିଭିନ୍ନ ହୋଟେଲରେ ହୋଇଥିବା କ୍ୱାରେଣ୍ଟାଇନ ବ୍ୟବସ୍ଥାର ମଧ୍ୟ ସୁଯୋଗ ନେଇପାରିବେ । କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟାକୁ ଟ୍ରାକ କରିବେ ଜଣେ କ୍ୱାରେଣ୍ଟାଇନ ଅଫିସର । ଗ୍ରାମାଞ୍ଚଳକୁ ଫେରୁଥିବା ଲୋକେ ପଂଚାୟତରେ ହୋଇଥିବା କ୍ୱାରେଣ୍ଟାଇନ ହୋମରେ ରହିବେ । ଏଥିପାଇଁ ୨ଲକ୍ଷ ୬୦ ହଜାର ବେଡ ପ୍ରସ୍ତତ ହୋଇଛି । ତେବେ ଗର୍ଭବତୀ ମହିଳା, ପ୍ରସୁତି, ଶିଶୁ, ଶାରିରୀକ ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ ସ୍ଥାନୀୟ ସରପଂଚ ନିଜ ସ୍ତରରେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଘରେ କ୍ୱାରେଣ୍ଟାଇନରେ ରଖିବାର ବ୍ୟବସ୍ଥା କରିବେ । ଏଥିପାଇଁ ସରପଂଚମାନେ କ୍ଷମତାପ୍ରାପ୍ତ । କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ଦୈନିକ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ରାଜ୍ୟ ସରକାରଙ୍କ ଏହି କୋଭିଡ ଯୁଦ୍ଧରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହାକୁ ନମାନିଲେ ବା କ୍ୱାରେଣ୍ଟାନ ଉଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

Share

Leave a Reply

Your email address will not be published. Required fields are marked *

five − 3 =