ବିଜୟଙ୍କ ବିଜୟ

ଭୁବନେଶ୍ୱର: କରୋନା ଯୁଦ୍ଧରେ ବିଜୟ ହୋଇଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଦୀର୍ଘଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ବେଳେ ଆଜି ସୁସ୍ଥ ହୋଇଥିବା ସୂଚନା ମିଳିଛି । ସେ ସୁସ୍ଥ ହେବା ପରେ ସମ ହସ୍ପିଟାଲର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଥାଉକି, ବିଜେପିର ବରିଷ୍ଠ ନେତା ହେଉଛନ୍ତି ବିଜୟ ମହାପାତ୍ର । ବିଜୁବାବୁଙ୍କ ସହ ଜନତା ଦଳ ତରଫରୁ ବିଜୟ ହେଉଥିଲେ ବିଜୟ । ସେପଟେ ବିଜେଡି ପ୍ରତିଷ୍ଠା ବେଳେ ମଧ୍ୟ ତାଙ୍କ ପ୍ରମୁଖ ଭୂମିକା ରହିଥିଲା । ପରବର୍ତ୍ତୀ ସମୟରେ ଦଳରୁ ତଡା ଖାଇଥିଲେ ବିଜୟ ମହାପାତ୍ର । ଏହାରପରେ ବିଜେପିରେ ଯୋଗ ଦେଇଥିଲେ ସେ । ନିକଟରେ ପାଟକୁରା ନିର୍ବାଚନ ମଧ୍ୟ ପରାଜିତ ହୋଇଥିଲେ ବିଜୟ ।

Share

Leave a Reply

Your email address will not be published. Required fields are marked *

4 × 1 =