ଦୁର୍ବୃତ୍ତଙ୍କ ଗୁଳିମାଡରେ ବ୍ୟବସାୟୀ ମୃତ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଗୁଳିମାଡ଼ରେ  ପ୍ରାଣ ହରାଇଛନ୍ତି । ମୃତଙ୍କ ନାମ ମାନସ ଦାସ ହୋଇଥିବା ବେଳେ ସେ ରାତିରେ ଘରକୁ ଫେରି ଗେଟ୍‌ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ   ମାନସଙ୍କ ଉପରକୁ ଗୁଳିମାଡ଼ର କାରଣ ବତ୍ତର୍ମାନ ସୁଦ୍ଧା ଜଣାପଡ଼ି ନାହିଁ। ।

Share

Leave a Reply

Your email address will not be published. Required fields are marked *

19 − 13 =