ବର୍ଷେ ହେଲା ଶବ ସତ୍କାର କରୁଥିବା ଚିନ୍ମୟୀଙ୍କୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଅଞ୍ଚଳର ମହିଳା ଚିନ୍ମୟୀ ଦାସ । ଅଜଣା ଏବଂ ଗରୀବ ଲୋକଙ୍କ ଶବ ସତ୍କାର କରୁଛନ୍ତି ସେ । ବର୍ଷେ ହେବ ଏପରି ଶବ ସତ୍କାର କରି ଆସୁଛନ୍ତି ଚିନ୍ମୟୀ । ଚିନ୍ମୟୀଙ୍କ ଏଭଳି କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନିଜର ଟ୍ୱିଟର ପେଜରେ ଚନ୍ମୟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ପରେ ଚିନ୍ମୟୀ କହିଛନ୍ତି କି ମୋ ଉତ୍ସାହ ଆହୁରି ବଢ଼ିଯାଇଛି । କାରଣ ମୋତେ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱେଚ୍ଛାସେବୀ କାମ ଜାରି ରଖିବେ ବୋଲି କହିଛନ୍ତି ଚିନ୍ମୟୀ ।

Share

Leave a Reply

Your email address will not be published. Required fields are marked *

fifteen + 15 =