ଆସନ୍ତାକାଲି ସନ୍ମାନୀତ ହେବେ ବିଧାୟକ

ଭୁବନେଶେବର: ରାଜ୍ୟର ଶ୍ରେଷ୍ଠ ୨୪ ଜଣ ବିଧାୟକ ଆସନ୍ତାକାଲି ପୁରସ୍କୃତ ହେବେ । ଓଡିଶା ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ବିବେଚିତ ବିଧାୟକ ଓ ବିଧାୟିକା ମାନଙ୍କୁ ପୁରସ୍କାର ସହ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିବେ । ୨୦୦୯ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ/ବିଧାୟିକା ମାନଙ୍କୁ ପଣ୍ଡିତ ନିଳକଣ୍ଠ ପୁରସ୍କାର, ଶ୍ରେଷ୍ଠ ପୂର୍ବତନ ବିଧାୟକ ମାନଙ୍କୁ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ ଓ ଶ୍ରେଷ୍ଠ ନବାଗତ ବିଧାୟକ/ବିଧାୟିକାଙ୍କୁ ଉକ୍ରଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ ।ଏନେଇ ଓଡିଶା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ୨୪ ଜଣ ବିଧାୟକ/ବିଧାୟିକାଙ୍କ ସୂଚୀ ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

fourteen − seven =