ଶୁଟିଂରେ  ଶାର୍ଦ୍ଦୁଲ ବିହାନ ଜିତିଲେ ରୌପ୍ୟ

ଜାକର୍ତ୍ତା: ଚଳିତବଷର୍ ଏସିଆନ୍‌ ଗେମ୍ସ୍‌ର ପଞ୍ଚମ ଦିନ ଆରମ୍ଭରୁ ଭାରତକୁ ଦୁଇଟି ପଦକ ମିଳିଛି।ଶୁଟିଂରେ ଏସିଆନ୍‌ ଗେମ୍ସର ସର୍ବକନିଷ୍ଠ ଖେଳାଳି ଭାବେ ଭାଗ ନେଇଥିବା ୧୫ ବର୍ଷୀୟ ଶାର୍ଦ୍ଦୁଲ ବିହାନ ରୌପ୍ୟ ଜିତିଥିବା ବେଳେ ମହିଳା ଟେନିସ୍‌ ସିଙ୍ଗଲ୍ସରେ ଅଙ୍କିତା ରାଇନା ବ୍ରୋଞ୍ଜ ପଦକ ପାଇଛନ୍ତି। ତେବେ ଆଜିର ପୁରୁଷ ଶୁଟିଂ ଡବଲ୍‌ ଟ୍ରାପ୍‌ ଇଭେଣ୍ଟରେ ଶାର୍ଦ୍ଦୁଲ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। କ୍ୱାଲିଫିକେସନ୍‌ ରାଉଣ୍ଡରେ ଶାର୍ଦ୍ଦୁଲ ୧୪୧ ପଏଣ୍ଟ ପାଇ ଫାଇନାଲ୍‌ରେ ପହଞ୍ଚିଥିଲେ।ଫାଇନାଲ୍‌ ମୁକାବିଲାରେ କିନ୍ତୁ ଶାର୍ଦ୍ଦୁଲ ଦକ୍ଷିଣ କୋରିଆର ଶିନ୍‌ ହିୟୋନୱୁଙ୍କଠାରୁ ମାତ୍ର ଅଳ୍ପ  ବ୍ୟବଧାନରେ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ତୃତୀୟ ଟିନଏଜର୍ ଭାବେ ଶାର୍ଦ୍ଦୁଲ ଭାରତ ପାଇଁ ଚଳିତ ଏସିଆନ୍‌ ଗେମ୍ସ୍‌ରେ ପଦକ ଜିତିଛନ୍ତି।ପୂର୍ବରୁ ଶୁଟିଂରେ ୧୯ ବର୍ଷୀୟ ଲକ୍ଷ୍ୟ ଶେରୋନ୍‌ ପୁରୁଷ ଟ୍ରାପ୍‌ ଇଭେଣ୍ଟରେ ରୌପ୍ୟ ଜିତିଥିବା ବେଳେ ୧୦ ମିଟର୍‌ ଏୟାର ପିସ୍ତଲ୍‌ ଇଭେଣ୍ଟରେ ୧୬ ବର୍ଷୀୟ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଥିଲେ।

 

Share

Leave a Reply

Your email address will not be published. Required fields are marked *

two + 11 =