ପୁରୀ  ସମୁଦ୍ରରେ ଲୀନ ହେଲା ବାଜପେୟୀଙ୍କ ଶରୀରାବଶେଷ

ପୁରୀ:  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଚିତା ଭସ୍ମ  ପୁରୀ ସମୁଦ୍ରରେ ବିଲୀନ ହୋଇଛି। ବେଳାଭୂମିରେ ଶ୍ରାଦ୍ଧ ଅର୍ପଣ ପରେ ପୂର୍ଜାଚ୍ଚନା ସହ ଅମର ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଅନ୍ୟାନ୍ୟ ଦଳୀୟ ସଦସ୍ୟ, ବିଶିଷ୍ଟ ବ୍ୟକ୍ତି ଓ ଶତାଧିକ ଲୋକଙ୍କ ଉପସ୍ଥିତିରେ ଶ୍ରଦ୍ଧେୟ ଅଟଳଙ୍କ ଅସ୍ଥିକୁ ବିସର୍ଜନ କରାଯାଇଥିଲା। ଗୁରୁବାର ସକାଳ ପ୍ରାୟ ୯ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ସ୍ୱର୍ଗତ ବାଜପାୟୀଙ୍କ ଅସ୍ଥି କଳସକୁ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ନିଆଯାଇଥିଲା । ଏହାପରେ ସମସ୍ତଙ୍କ ଉପସ୍ଥିତିରେ ମହୋଦଧିରେ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା।    ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପୁରୀ ମହୋଦଧୀ ବ୍ୟତୀତ ରାଜ୍ୟର ମହାନଦୀ , ବ୍ରାହ୍ମଣୀ , ବୈତରଣୀ ଓ ଋଷିକୂଲ୍ୟା ଆଦି ନଦୀରେ ମଧ୍ୟ ଅସ୍ଥି ବିସର୍ଜନ କରାଯିବ ।ସେହିପରି ୨୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି।

Share

Leave a Reply

Your email address will not be published. Required fields are marked *

15 − fourteen =