କୋରିୟର ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରା ପଡିଲେ ୨ ମାଫିଆ

ଭୁବନେଶ୍ୱର: ନିଶା କାରବାରର ନୂଆ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବନ୍ଧା ହେଲେ ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଗିରଫ ହୋଇଛନ୍ତି । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଛି । ଭୁବନେଶ୍ୱରର କୋଚିଲାଇ ହାଟରୁ ଏହି ୨ ମାଫିଆଙ୍କୁ ସହିଦନଗର ଥାନା ପୋଲିସ ଧରିଛି। ଏହି ୨ ମାଫିଆ ଦିଲ୍ଲୀର ହୋଇଥିବା ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

eighteen + 15 =