ବ୍ରହ୍ମପୁର ରାଜ୍ୟର ଶ୍ରେଷ୍ଠ ସ୍ଵଛ ସହର

ବ୍ରହ୍ମପୁର () ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି । ସ୍ଵଛ ସର୍ବେକ୍ଷଣ ସର୍ଭେ 2019ର ରାଙ୍କିଂରେ ବ୍ରହ୍ମପୁର ରାଜ୍ୟର ସବୁଠୁ ସ୍ଵଛ ସହର ଭାବେ ଚିହ୍ନଟ ହୋଇଛି ।

ରେଶମ ସହର ବ୍ରହ୍ମପୁର ଦେଶର ସ୍ଵଛ ସହର ତାଲିକାର 216 ରାଙ୍କରେ ରହିଛି । ଏହି ସର୍ଭେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି । ଏହି ସର୍ଭେରେ ଦେଶର 4237ଟି ସହର ସାମିଲ ହୋଇଥିଲେ ।

ଇନ୍ଦୋର କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ସ୍ଵଛ ସହର ଭାବେ ଚିହ୍ନଟ ହୋଇଛି । ବ୍ରହ୍ମପୁର ସହରର ଏହି ସଫଳତା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ପାଉଛି ।

Share

Leave a Reply

Your email address will not be published. Required fields are marked *

three × five =