ଝାରସୁଗୁଡା ବିଜେପିରେ କନ୍ଦଳ, ସମୂହ ଇସ୍ତଫା ଧମକ

ଭୁବନେଶ୍ୱର () ଝାରସୁଗୁଡା ବିଜେପିରେ ଅସନ୍ତୋଷର ନିଆଁ । ଦଳୀୟ ଟିକଟକୁ ନେଇ କନ୍ଦଳ ବଢ଼ିବାରେ ଲାଗିଛି । ନିକଟରେ ବିଜେଡି ଛାଡି ବିଜେପି ଯୋଗଦେଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧ୍ରୁବରାଜ ନାୟକ ଓ ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ସୁଷମା ପଟେଲଙ୍କ ବିରୋଧରେ ଜିଲ୍ଲାର ଦଳୀୟ ନେତା ଏବଂ ଆଗୁଆ କର୍ମୀମାନେ ସଂଗଠିତ ହେବାକୁ ଲାଗିଛନ୍ତି । ଏହି ଦୁହିଁଙ୍କୁ ଟିକଟ ମିଳିଲେ ସମୂହ ଇସ୍ତଫାର ଧମକ ଦେଇଛନ୍ତି ।

ସ୍ଥାନୀୟ ସତସଙ୍ଗ ଭବନ ଠାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନେତା ଏବଂ ଟିକଟ ଆଶାୟୀମାନେ ଏକତ୍ରୀତ ହୋଇ ସମ୍ଭାବ୍ୟ ପ୍ରାଥିତ୍ୱକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲାରେ ବିଜେପି ସଂଗଠନ ପାଇଁ କାର୍ଯ୍ୟ କରିଥିବା ଯେକୌଣସି ନେତାଙ୍କୁ ପ୍ରାର୍ଥୀ କରାଗଲେ ତାକୁ ସେମାନେ ସ୍ୱାଗତ କରିବେ । କିନ୍ତୁ ଜିଲ୍ଲା ବାହାରର କିମ୍ବା ସଂଗଠନ ପାଇଁ କାମ କରିନଥିବା ବ୍ୟକ୍ତିଙ୍କୁ ଟିକଟ ମିଳିଲେ ସେମାନେ ବିରୋଧ କରିବେ ବୋଲି ସମସ୍ୱରରେ ନିଷ୍ପତି ନେଇଛନ୍ତି ।

ବୈଠକ ପରେ ଗଣମାଧ୍ୟମକୁ ନିଜ ପରିଚୟ ଗୋପନ ରଖି କିଛି ନେତା ସେମାନଙ୍କ ଦାବି ଗ୍ରହଣ ନହେଲେ ସମୂହ ଇସ୍ତଫା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଇଛନ୍ତି । ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଦଳାପାଇଁ ବୁମେରାଙ୍ଗ ହେବା ଭଳି ନିଷ୍ପତିରୁ ନେତୃବର୍ଗ ଦୁରେଇ ରହିବାକୁ ସେମାନେ ମତ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 1 =