ବିଜେଡି ସରକାର ଉପରେ ବର୍ଷିଲେ ଶାହ

ପୁରୀ () : ଆୟୁଷମାନ ଯୋଜନା, ଧାନ ସଂଗ୍ରହ, ନାରୀ ନିର୍ଯାତନା, ଏମିତି ଏକାଧିକ ପ୍ରସଙ୍ଗରେ ଆଜି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। 2୦୧୯ରେ ନବୀନ ସରକାର ଗଡୁଚ୍ୟୁତ ହେବା ନିଶ୍ଚିତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାକୁ କେହି ରୋକି ପାରିବେନି ।
ଆଜି ଓଡିଶା ଗସ୍ତରେ ଆସିଥିବା ଶାହା ପୁରୀଠାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବା ସମୟରେ ଏହା କହିଛନ୍ତି । ଆଜିର ସମାବେଶ ନବୀନ ସରକାର ପ୍ରତି ବିମୁଖତାର ପ୍ରତିଫଳନ । ରାଜ୍ୟ ସରକାର ପାଇଁ ଓଡିଶାର ଭାଇ ଭଉଣୀ ଗରିବ ରହିଛନ୍ତି । ରାଜ୍ୟ ସରକାର ଅସାଧୁ ମିଲରଙ୍କ ସହ ମେଂଟ କରିଛନ୍ତି । ମିଲରଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁ ନାହିଁ । ବିଜେପିର ୧୪ଜଣ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ଏହାକୁ ନେଇ ବିଜେପି ଡରିବନି କି ପଛକୁ ମଧ୍ୟ ହଟିବ ନାହିଁ । ଭାଜପାକୁ ଏହା ଅଟକାଇ ପାରିବନି ବୋଲି ଶାହା କହିଛନ୍ତି ।

ଆୟୁଷ୍ମାନ ଯୋଜନାକୁ ନେଇ ନବୀନଙ୍କୁ ଟାର୍ଗଟ୍ କରିଛନ୍ତି ଶାହା । ସେ କହିଛନ୍ତି କି, ନବୀନ ଜାଣିଶୁଣି ଏହାକୁ ଲାଗୁ କରୁ ନାହାନ୍ତି । ଏହା ଲାଗୁ କଲେ ମୋଦୀଙ୍କ ଲୋକପ୍ରିୟତା ବଢିଯିବ । ଫଳରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ଘାଟାରେ ପଡିବ । ଗରିବ ଲୋକଙ୍କ ଉନ୍ନତି ପାଇଁ ମୋଦୀ ପଇସା ପଠାଉଛନ୍ତି । କିନ୍ତୁ ଏହା ଲୋକଙ୍କ ପାଖରେ ପହଁଚୁ ନାହିଁ । ମହିଳା ବିରୋଧୀ ପ୍ରସଙ୍ଗ ଉଠାଉ ଶାହା କହିଛନ୍ତି ଯେ ମହିଳା ହିଂସାରେ  ଓଡିଶା ଅନ୍ୟମାନଙ୍କଠାରୁ ଆଗରେ ରହିଛି । ବିଜୁ ଜନତା ଦଳରେ ବିଜୁ ପଟ୍ଟନାୟକଙ୍କ ସିଦ୍ଧାନ୍ତ ଆଉ ନାହିଁ । ରାଜ୍ୟରେ ୧୮ ବର୍ଷ ହେଲା କେବଳ ଦୁର୍ନୀତିର ସରକାର ଚାଲିଛି ।

ସେ ଆହୁରି ମଧ୍ୟ କହିଛନ୍ତି କି, ଓଡିଶାବାସୀ ନବୀନ ବାବୁଙ୍କ ବହୁତ ସୁଯୋଗ ଦେଇଛନ୍ତି । ବିଜେପିକୁ ଥରେ ସୁଯୋଗ ମିଳିଲେ ରାଜ୍ୟ ଏକ ନମ୍ବର ହୋଇଯିବ । ଏହା ସହ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ଶ୍ରୀ ଶାହା । ମୋଦୀ ମେକ୍ ଇନ୍ ଇଣ୍ଡିଆ ପାଇଁ ଲାଗିଛନ୍ତି କିନ୍ତୁ  କଂଗ୍ରେସ ଏବଂ ପୁରା ବିରୋଧୀ ବ୍ରେକ ଇନ୍ ଇଣ୍ଡିଆରେ ଲାଗିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 12 =