ସମୟ ଓ ଦିନ ଚୂଡାନ୍ତ … ଜଣନ୍ତୁ କେଉଁଠି କେବେ ମିଶିବେ ବିଜୟ, ଦିଲ୍ଲୀପ

ଭୁବନେଶ୍ୱର () ଆଜି ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେଡିକୁ ଫେରଯିବେ । ଏଥିପାଇଁ ଦିନ, ସମୟ ଓ ସ୍ଥାନ ଚୂଡାନ୍ତ ହୋଇଯାଇଛି । ଶୁଣିବାକୁ ମିଳୁଛି ଏ ସମ୍ପର୍କରେ ଆଲୋଚନା ପାଇଁ ଗତ ରାତିରେ ବିଜେଡିର ତିନିଜଣ ବରିଷ୍ଠ ନେତା ବିଜୟଙ୍କ ଘରକୁ ଯାଇଥିଲେ ।

ସୂଚନା ଅନୁଯାୟୀ ଡିସେମ୍ବର 26 ତାରିଖ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଏହି ଦୁଇ ପ୍ରତିଷ୍ଠାତା ସଦସ୍ୟ ପୁଣି ଥରେ ଘରକୁ ବହୁଡିବେ । ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟନାୟକଙ୍କ ଉପସ୍ଥିତିରେ ଉଭୟ ବିଜୟ ଓ ଦିଲ୍ଲୀପ ବିଜେଡିର ମିଶିବେ ।

ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଓ ପ୍ରଶଂସକ ଥିଲେ । ତେଣୁ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୟ ଓ ଦିଲ୍ଲୀପ ତାଙ୍କ ନାଁରେ ଦଳ ଗଠନର ପ୍ରମୁଖ ଭୂମିକା ନେଇଥିଲେ । କିନ୍ତୁ ସମୟ ଚକ୍ରରେ ଦୁହେଁ ବିଜେଡିରୁ ବାହାରି ଯାଇଥିଲେ । ବିଜେଡି ପ୍ରତିଷ୍ଠା ଦିବସରେ ବିଜୟ ଓ ଦିଲ୍ଲୀପଙ୍କ ସହ ଆଉ କିଛି ବିଜୁ ପ୍ରେମୀ ମଧ୍ୟ ଦଳରେ ମିଶିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

12 + sixteen =