ନାଳରେ ଭାସିଗଲେ ଛାତ୍ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଘଟଣା। ନାଳରେ ଭାସିଯାଇ ନାବାଳକ ନିଖୋଜ। ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଗଲେ ନାବାଳକ। ଭୁବନେଶ୍ବର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ପାଖ ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର। ସାଇକେଲ ନେଇ ଟ୍ୟୁସନ ଯାଉଥିବା ବେଳେ ନାଳରେ ପଡି ଯାଇଥିଲେ ନାବାଳକ ଜଣକ ।
ବର୍ଷା କାରଣରୁ ନାଳ ପାଣିରେ ପ୍ରଖର ସୁଅ ଥିବାରୁ ସେଥିରେ ନାବାଳକ ଭାସି ଯାଇଥିବାର ଅଭିଯୋଗ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ଓ ପରିବାର ଲୋକ। ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ନାବାଳକ ଜଣଙ୍କର କୌଣସି ଖୋଜ ଖବର ନଥିଲା। ବର୍ତ୍ତମାନ ସୁଦ୍ଧା ନାବାଳକର କୌଣସି ଖବର ମିଳିନଥିବା ବଳେ ଅଗ୍ନିଶମ ବାହିନୀ ନାବାଳକର ଉଦ୍ଧାର କାର୍ୟ୍ୟ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

3 + 4 =