୨୫ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର()  ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରଖ ଠାରୁ ଆରମ୍ଭ ହେବ । ମୋଟ 30ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ ।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ଜୁନ 26 ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ହେବ । ଜୁନ 27 ତାରିଖରେ ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ଜୁନ 28 ତାରେଖରେ 2019-20 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ ।

ଉଲ୍ଲେଖଯୋଗ୍ୟ ଯେ, 2019-20 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଗତ ଫେବୃଆରୀ ମାସରେ ମୋଟ 1 ଲକ୍ଷ 32 ହଜାର 660 କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ । ସେ ମଧ୍ୟରୁ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ 56ହଜାର 921 କୋଟି ଟଙ୍କାର ଲେଖାଅନୁଦାନ ଗୃହର ମଂଜୁରୀ ପାଇଥିଲା । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିପାରିନଥିଲେ ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁନ 30ରେ ଶେଷ ହେବ । ଜୁଲାଇ 1 ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବା ପରେ ବିଭାଗୱାରୀ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ଏହାରେ ବଭାଗୱାରୀ ଖର୍ଚ୍ଚ ଆଲୋଚନା ପରେ ଅଗଷ୍ଟ ଦୁଇ ତାରିଖରେ ବ୍ୟୟମଂଜୁରୀ ବିଲ ବିଧାନସଭାର ସ୍ବୀକୃତି ଲାଭ କରିବ ।

Share

Leave a Reply

Your email address will not be published. Required fields are marked *

5 × three =