ବିଧାନସଭା କମିଟିର ହିମାଚଳ ପ୍ରଦେଶ ଗସ୍ତ

ଭୁବନେଶ୍ବର () ଇ-ବିଧାନସଭା ସଂପର୍କରେ ଅଧ୍ୟୟନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ଓଡିଶା ବିଧାନସଭାର ଗୃହ କମିଟି ସିମଲାରେ ପହଁଚି ହିମାଚଳ ପ୍ରଦେଶ ବାଚସ୍ପତି ରାଜୀବ ବ୍ରିନ୍ଦଲଙ୍କୁ ସାକ୍ଷତ କରିଛନ୍ତି । ଗୃହ କମିଟିକୁ ସିମଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦାଇଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି କମିଟି ବିଧାନସଭା କମ୍ପୁଟରୀକରଣ ସଂପର୍କରେ ପତ୍ୟକ୍ଷ ଜ୍ଞାନ ଆହରଣ କରିବେ ।

ଉଭୟ ରାଜ୍ୟର ବାଚସ୍ପତିଙ୍କ ମଧ୍ୟରେ ବାର୍ତ୍ତାଳା ପରେ କମିଟିର ସଦସ୍ୟମାନେ ହିମାଚଳ ପ୍ରଦେଶ ବିଧାନସଭାର ବିଭିନ୍ନ ସାଖା ପରିଦର୍ଶନ କରିଥିଲେ ଓ ଇ-ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆଲୋଚନା କରିଥିଲେ । ବିଧାନସଭାର ବିରରଣୀ, ପ୍ରଶ୍ନୋତ୍ତର, ବିଲ, ଆଇନ, ପ୍ରସ୍ତାବ ଆଲୋଚନାର ସମସ୍ତ ସୂଚନା କିଭଳି ଅନଲାଇନରେ ଉପଲବ୍ଧ ହେଉଛି ସେନେଇ ସେଠାକାର ପଦାଧୀକାରୀଙ୍କୁ ପଚାରି ବୁଝିଥିଲେ ।

ଏହି କମିଟିରେ ବାଚସ୍ପତିଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ବିଭାଗର ସଚିବ ଜି. ମାଥିଭଥନନ, ସ୍ବତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲାଇ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଏନଆଇସି ଡିଡିଜି ପ୍ରତିଭା ସିଂହ, ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ ମନମୋହନ ବାରିକ, ସରୋଜ କୁମାର ମହାନ୍ତି, ଏନଆଇସି ନୋଡାଲ ଅଫିସର ସରିତା ସାହୁ,  ବିଧାୟକ ତାରା ପ୍ରସାଦ ବାହିନିପତି, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପବିଭାଗ ଅଧିକାରୀ ଆଶୀଷ ରଂଜନ ଖୁଣ୍ଟିଆ ଓ ରିପୋର୍ଟର ଦିଲ୍ଲୀପ କୁମାର ମହାନ୍ତି ସାମିଲ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + 9 =