ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବ ବିଜେଡି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ତେବେ କେବଳ ତୈଳ ଦର କାହିଁକି ଅନ୍ୟ ସାମଗ୍ରୀ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଛି ପ୍ରଭାବ । ହାଣ୍ଡିଶାଳରେ ଏବେ ମହଙ୍ଗା ମାଡ଼ ହୋଇଛି । ତେବେ ବାରମ୍ବାର ପ୍ରତିବାଦ ସତ୍ତେ୍ୱ ଏଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉ ନାହାନ୍ତି । ଯାହାକୁ ନେଇ ଆଜି ବିଜେଡି ପକ୍ଷରୁ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଅହେତୁକ ଦରଦାମ ବୃଦ୍ଧିର ପ୍ରତିବାଦକୁ ନେଇ ଆସନ୍ତାକାଲି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ । ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କରୋନା ମହାମାରୀ ପ୍ରଭାବ କମୁଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ପ୍ରତି ପରିବାରକୁ ଏହା କଷ୍ଟ ଦେଉଥିବା କହିଛନ୍ତି ବରିଷ୍ଠ ନେତା ପ୍ରତାପ ଦେବ ।

Share

Leave a Reply

Your email address will not be published. Required fields are marked *

5 − 3 =