ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ 

ନ୍ୟୁୟର୍କ (): ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ଏହି ବୈଠକରେ ଭାରତ ରାଷ୍ଟ୍ରଦୂତ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏହା ପାକିସ୍ତାନ ଜାଣିନେବା ଉଚିଚ ବୋଲି କହିଛନ୍ତି । ଉଲ୍ଲେଖ ଯେ ମିଳିତ ଜାତିସଂଘରେ ପାକିସ୍ତାନ ରାଷ୍ଟ୍ରଦୂତ ମଲିହା ଲୋଦୀ ସୋମବାର ଜାମ୍ମୁ କାଶ୍ମୀରରେ ନରସଂହାର, ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ହିଂସାକୁ ରୋକିବାକୁ କହିଥିଲେ । ଉତ୍ତର ଦେବାର ଅଧିକାର ସ୍ବରୁପ ଭାରତ ରାଷ୍ଟ୍ରଦୂତ ସନ୍ଦୀପ କୁମାର ବୟାପୁ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗୟ ପାକିସ୍ତାନର କୌଣସି ବି ପ୍ରୟାସ ଏହି ବାସ୍ତବତାକୁ ବଦଳାଇ ପାରିବ ନାହିଁ । ଜାତିସଂଘରେ ନରସଂହାର, ଯୁଦ୍ଧ ଅପରାଧ ଏବଂ ମାନବାଧିକାର ବିରୋଧୀ ଅପରାଧୀ ହିଂସା ବିରୋଧରେ ଆଲୋଚନା ସମୟରେ ପାକିସ୍ତାନ ରାଷ୍ଟ୍ରଦୂତ ଲୋଦୀଙ୍କ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଟିପ୍ପଣୀ ଓ ଅଭିଯୋଗକୁ ନେଇ ଭାରତ ରାଷ୍ଟ୍ରଦୂତ ସନ୍ଦୀପ କୁମାର କହିଛନ୍ତି ଯେ ଭାରତର ରାଜ୍ୟ ଏବଂ ଅଭିନ୍ନ ଅଙ୍ଗ ଜାମ୍ମୁ କାଶ୍ମୀର ବିରୋଧରେ ପାକିସ୍ତାନ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି ଓ ଭୁଲ ବାର୍ତ୍ତା ଦେଉଛି । ଜାତିସଂଘ ଭଳି ମଞ୍ଚର ଦୁରୁପଯୋଗ କରି ପାକିସ୍ତାନ ପ୍ରତିନିଧିମଣ୍ଡଳୀ ଜାମ୍ମୁ କାଶ୍ମୀର ବିରୋଧୀ ବିଭ୍ରାନ୍ତିକର ବାର୍ତ୍ତା ପ୍ରସାର କରିବାକୁ ଚେଷ୍ଟା କରୁଛି ବୋଲି ଭାରତ ଅଭିଯୋଗ କରିଛି ।

ଉଲ୍ଲେଖ ଯେ ଜାମ୍ମୁ କାଶ୍ମୀରରେ ମାନବାଧିକର ଉଲ୍ଲଙ୍ଘନ ନେଇ ମିଳିତ ଜାତିସଂଘର ଏକ ରିପୋର୍ଟକୁ ନେଇ କଂଗ୍ରେସ ରବିବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା । ବିଶ୍ବର ଏକ ସଂସ୍ଥାକୁ ଏପରି ରିପୋର୍ଟ ପ୍ରକାଶ କରିବାକୁ କେନ୍ଦ୍ର ସରକାର କିପିରି ଅନୁମତି ଦେଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । କଂଗ୍ରେସ ମୁଖପାତ୍ର ପବନ ଖେରା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କ ବିଦେଶ ନୀତିର ବିଫଳତାକୁ ଦର୍ଶାଉଛି ବୋଲି କହିଥିଲେ ।

ଭାରତ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏହି ରିପୋର୍ଟକୁ ନେଇ ନିଜ ମତବ୍ୟକ୍ତ କରିଛି । ପକ୍ଷପାତ ଏବଂ ପୂର୍ବମତର ପ୍ରଭାବରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।  ଲସ୍କର-ଇ-ତୋଇବା ଏବଂ ଜୈସ ଇ ମହମ୍ମଦ ଭଳି ସଂଗଠନକୁ ଜାତିସଂଘ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲେ ବି କାଶ୍ମୀର ମାନବାଧିକାର ରିପୋର୍ଟରେ ତାହା ଉଲ୍ଲେଖ କରାଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

4 × five =