ପରଲୋକରେ ଅରୁଣ ଜେଟଲୀ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।ଗତ ୯ତାରିଖରୁ ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସାଧିନ ଥିଲେ । ଅରୁଣ ଜେଟଲୀଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ତେବେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା। ଶେଷରେ ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍ରେ ତାଙ୍କର ପରଲୋକ ହୋଇଥିବା ନେଇ ଏମ୍ସ ପକ୍ଷରୁ ବୟାନ ଜାରି କରାଯାଇଥିଲା।

ଜେଟଲିଙ୍କର ମର ଶରୀରକୁ ଆଜି ତାଙ୍କ ଦିଲ୍ଲୀ ସ୍ଥିତ ବାସ ଭବନରେ ରଖାଯିବ । ଆସନ୍ତାକାଲି ସକାଳ ୧୦ ବେଳେ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ସାଧାରଣ ଦର୍ଶନ ପାଇଁ ନିଆଯିବ । ଏହା ପରେ ୨ଟାରୁ ୩ ମଧ୍ୟରେ ନିଗମବୋଧ ଠାରେ ତାଙ୍କର ଶବସକ୍ôାର କରାଯିବ । ତାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନେ ଶୋକପ୍ରକାଶ କରିଛନ୍ତି ।

ଅରଣୁ ଜେଟଲୀ ପାଠପଢ଼ା ସମୟରେ ଏବିଭିବର ଜଣେ ଛାତ୍ର ନେତା ଥିଲେ । ୧୯୭୪ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ସେ ଡିୟୁ ଷ୍ଟୁଡ଼େଣ୍ଟ ୟୁନିୟନର ସଦସ୍ୟ ଥିଲେ । ୧୯୭୫ ଦେଶରେ ଏମରେଜେନ୍ସି ସମୟରେ ତାଙ୍କୁ ନଜରବନ୍ଦୀରେ ରଖାଯାଇଥିଲା । ୧୯୭୩ରେ ଅରୁଣ ଜୟପ୍ରକାଶ ନାରାୟଣ ଓ ରାଜନାରୟଣ ଦ୍ୱାରା ଚାଲିଥିବା ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ନଜରବନ୍ଦୀ ଶେଷ ହେବା ପରେ ଜନସଂଘ ପାର୍ଟିରେ ଯୋଗଦେଇଥିଲେ । ରାଜନୈତିକ ବିନ୍ଧାଣୀ ଅରୁଣ ୧୯୭୭ରେ ଦିଲ୍ଲୀ ଏବିଭିବିର ଅଧ୍ୟକ୍ଷ ଓ ଅଲ ଇଣ୍ଡିଆର ସେକ୍ରେଟେରୀ ହୋଇଥିଲେ । ୧୯୮୦ରେ ବିଜେପି ଯୁବମୋର୍ଚ୍ଚର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ।

ଅରୁଣ ଜେଟଲୀ ୧୯୮୭ରେ ଓକିଲାତି ଆରମ୍ଭ କରିଥିଲେ । ସର୍ବୋଚ୍ଚ ସନ୍ୟାୟଳ ଠାରୁ ଆରମ୍ଭ କରି ବିଭିନ୍ନ ହାଇକୋର୍ଟରେ ଅଭ୍ୟାସ କରିଥିଲେ । ୧୯୯୦ରେ ତାଙ୍କୁ ଦିଲ୍ଲୀ ହାଇକର୍ଟେର ବରିଷ୍ଠ ଓକିଲ ଘୋଷଣା କରାଯାଇଥିଲା । ଅରୁଣ ଜେଟଲୀ ୧୯୯୧ରେ ବିଜେପି ରାଷ୍ଟ୍ରିୟ କାର୍ୟ୍ୟକାରୀଣୀ ସଦସ୍ୟ ଥିଲେ । ୧୯୯୯ରେ ସାଧାରଣ ନିର୍ବାଚନରେ ବିଜେପି ଅରୁଣଙ୍କ ପ୍ରବକ୍ତା ନିଯୁକ୍ତ ଦେଇଥିଲେ । ଜୁନ ୨୦୦୯ରେ ସେ ଓକିଲାତି ଛାଡ଼ି ପ୍ରତ୍ୟେକ୍ଷ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ । ୨୦୦୯ରୁ ୨୦୧୫ ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ଥିଲେ ଜେଟଲ ୀ । ୨୦୦୯ରେ ରାଜ୍ୟସଭା ନେତା ବିରୋଧି ଦଳ ନେତା ହେବାପରେ ତାଙ୍କୁ ଦଳ ମହାସଚିବ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରରେ ସୂଚନା ଏବଂ ପ୍ରସାରଣ ରାଜ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଅରୁଣ । କେବଳ ଏତିକି ନୁହେଁ ସେହି ସମୟରେ ଆଇନ ମନ୍ତ୍ରୀ ମଧ୍ୟ ବି ଥିଲେ । ୨୦୦୦ରେ ହୋଇଥିବା ଲୋକସଭା ନିର୍ବାଚନ ପରେ ତାଙ୍କୁ ଆଇନ୍, ନ୍ୟାୟ , କମ୍ପାନୀ ଆଫେୟର ତଥା ସିପିଂ ମନ୍ତ୍ରାଳୟର ମନ୍ତ୍ରୀ ପଦ ମିଳିଥିଲା । ୨୦୧୪ରେ ଅରୁଣ ଜେଟଲୀ ବିଜେପି ଟିକେଟରୁ ଅମୃତସର ଲୋକସଭା ସିଟରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେଠାରେ ସେ ପରାଜିତ ହୋଇଥିଲେ । ଅରୁଣ ଜେଟଲୀ ଗୁଜରାଟ ରାଜ୍ୟସଭା ସଦସ୍ୟ ମଧ୍ୟ ରହିସାରିଛନ୍ତି । ମାର୍ଚ୍ଚ ୨୦୧୮ରେ ଉତ୍ତର ପ୍ରଦେଶର ରାଜ୍ୟସଭା ସଦସ୍ୟ ଚୟନ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

one × 4 =