ଦଳ ବିରୋଧୀ’ ନୁହେଁ, ‘ଜନ ବିରୋଧୀ’ କାର୍ଯ୍ୟକଳାପ ପାଇଁ ବହିଷ୍କାର

ଭୁବନେଶ୍ୱର() ନିଜର ସଂପୂର୍ଣ୍ଣ ରାଜନୈତିକ କ୍ୟାରିଅରରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ ବାରମ୍ବାର ସେ ନିଜ କାର୍ଯ୍ୟରେ ବି ଏହା ପ୍ରମାଣିତ କରିଆସିଛନ୍ତି । ଏବେ ଦୁର୍ନୀତି ଓ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଜଣେ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ । ‘ଜନବିରୋଧୀ କାର୍ଯ୍ୟକଳାପ’ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ବୋଧହୁଏ ଦେଶରେ ପ୍ରଥମ ଥର ପାଇଁ ଏମିତି ହୋଇଛି ଯେ, ଜଣେ ଜନପ୍ରତିନିଧିଙ୍କୁ ‘ଦଳ ବିରୋଧୀ’ ନୁହେଁ, ବରଂ ‘ଜନ ବିରୋଧୀ’ କାର୍ଯ୍ୟକଳାପ ପାଇଁ ଦଳରୁୁ ବହିଷ୍କାର ହୋଇଛନ୍ତି ।

ସାଧାରଣତଃ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ରାଜନୈତିକ ଦଳଗୁଡିକ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । କିନ୍ତୁ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନେତାଙ୍କୁ ବିଦା କରିବା ଘଟଣା ଦେଶରେ ପ୍ରଥମ ଥର ପାଇଁ ହୋଇଛି । ଆଉ ନିଜ ଦଳର ହିଁ ଜଣେ ବିଧାୟକଙ୍କ ବିରୋଧରେ ଏହି କାରଣରୁ କାର୍ଯ୍ୟାନୁଷ୍ଠାନ ନେଇ ନବୀନ ପୁଣି ଥରେ ଦେଖାଇ ଦେଇଛନ୍ତି ଯେ, ଲୋକଙ୍କ ହିତ ଓ ସ୍ୱାର୍ଥ ଆଗରେ କିଏ ବି ବଡ ନୁହେଁ । ଜନତାଙ୍କ ସ୍ୱାର୍ଥ ହିଁ ପ୍ରାଥମିକତା ।

ଜନତାଙ୍କ ସ୍ୱାର୍ଥ ହାନି କରୁଥିବା ନେତାଙ୍କୁ ଯେ, ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ନବୀନ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି । ଏହା ହିଁ ତ ‘ ନବୀନ ସ୍ପିରିଟ୍ ’ । ଏହି ସ୍ପିରିଟ୍ ହିଁ ନବୀନଙ୍କ ଲୋକପ୍ରିୟତାଙ୍କୁ ଅକ୍ଷୁର୍ଣ୍ଣ ରଖିଛି ।

Share

Leave a Reply

Your email address will not be published. Required fields are marked *

11 − 7 =