ବଦଳିବ ବିଧାନସଭାର ଋପରେଖା

ଭୁବନେଶ୍ୱର() ଭାରତର ସବୁଠୁ ଅତ୍ୟାଧୁନିକ ବିଧାନସଭା ହେବ ଓଡିଶା ବିଧାନସଭା। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ସେହିସ୍ଥାନରେ ତିଆରି ହେବ ମାଂଟେସରୀ କ୍ୱାର୍ଟର୍ସ । ଏହି କାମରେ ଖର୍ଚ୍ଚ ହେବ ୪୦୦ କୋଟି ଟଙ୍କା । ପ୍ରାୟ ୧୪୦ଟି କ୍ୱାଟର ତିଆରି ହେବ । ଏହି କ୍ୱାଟରରେ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିସହ ଏକ କଲ୍ୟାଣ ମଣ୍ଡପ ନିର୍ମାଣର ଯୋଜନା ମଧ୍ୟ ରହିଛି ।

୭ ମହଲା କୋଠାରେ ୧୪୦ଜଣ ବିଧାୟକଙ୍କ ରହିବାଲାଗି ପାଇଁ ସ୍ବତନ୍ତ୍ର ସରକାରୀ ଘର ତିଆରି ହେବ। ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ। ତା’ସାଙ୍ଗକୁ କଲ୍ୟାଣ ମଣ୍ଡପ ବି ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର। ଏଥିପାଇଁ ଏମଏଲଏ କଲୋନିର କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ଏମଏଲଏ କଲୋନିରେ ଥିବା (ରାଜ୍ୟ ଅତିଥି ଭବନ ସମ୍ମୁଖ) ଗୋଟିକିଆ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ବହୁତଳ କ୍ବାର୍ଟର୍ସ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏଠାରେ ପ୍ରାୟ ୬୦ରୁ ଅଧିକ ଗୋଟିକିଆ କ୍ବାର୍ଟର୍ସ ଥିବା ବେଳେ ଏହାକୁ ଭାଙ୍ଗିବାକୁ ଯୋଜନା ହେଉଛି। ନୂଆଦିଲ୍ଲୀରେ ସାଂସଦମାନଙ୍କୁ ଫ୍ଲାଟ୍ ଯୋଗାଇବା ଯୋଜନା ଭଳି ଏଠାରେ ବିଧାୟକଙ୍କୁ ଫ୍ଲାଟ୍ ଦେବାକୁ ଯୋଜନା ହୋଇଛି।

Share

Leave a Reply

Your email address will not be published. Required fields are marked *

five × three =