ଦାମଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ: ଅରୁଣ

ଭୁବନେଶ୍ୱର () ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ୟ୍ୟକ୍ରମ କିମ୍ବା ନିଷ୍ପତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସମ୍ପୃକ୍ତି ଆଦୌ ଆବଶ୍ୟକତା ହେଉନଥିବା ମୁ ଅନୁଭବ କରୁଛି ।

ଦାମଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ସେ କହିଛନ୍ତି କି, ଦାମ ରାଉତଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦଳ ତାଙ୍କୁ ଅଣଦେଖା କରିନାହିଁ । ବରଂ ଦଳ ପକ୍ଷରୁ ଦାମ ରାଉତଙ୍କୁ ସୁଯୋଗ ଦିଆଯାଇଥିଲା । ଏପରିକି ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେଇଥିଲା । ମାତ୍ର ଏହା ନୁହେଁ ଯେ ଗୋଟିଏ ବ୍ୟକ୍ତିଙ୍କୁ ଦଳ ସବୁବେଳେ ନିର୍ବାଚନ ଲଢିବାକୁ ସୁଯୋଗ ଦେବ ।

ଦାମଙ୍କ ଇସ୍ତଫା ନେଇ ପାରାଦୀପ ବିଧାୟକ ତଥା ପୁଅ ସମ୍ବିତ ରାଉତରାୟ କହିଛନ୍ତି ବାପାଙ୍କ ନିଷ୍ପତିରେ ସେ ଖୁସି । ବାପା ବିଜେପିରେ ରହିପାରିବେନି ବୋଲି ତାଙ୍କୁ ଆଗରୁ ଜଣାଥିଲା ବୋଲି କହିଛନ୍ତି ସମ୍ବିତ୍ ।

Share

Leave a Reply

Your email address will not be published. Required fields are marked *

twenty − 3 =