ବିବାହ ଉତ୍ସବରେ ସିଲିଣ୍ଡର ବିସ୍ଫୋରଣ, ୪ ଜୀବନ୍ତ ଦଗ୍ଧ

ରାଜସ୍ଥାନର ଯୋଧପୁରର ବିବାହ ଉତ୍ସବରେ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୫୫ ଜଣ ଆହତ ହୋଇଛନ୍ତି ।

ଗୋଟିଏ କି ଦୁଇଟି ନୁହେଁ ବରଂ ଚାରିଟି ସିଲିଣ୍ଡର ବିସ୍ଫୋରଣ ହୋଇଥିବା କୁହାଯାଇଛି । ଗୁରୁବାର ସନ୍ଧ୍ୟାରେ ଯୋଧପୁରର ଶେରଗଡ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯୋଧପୁରର ୫୫ ଜଣ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶେରଗଡ଼ ଥାନା ଅଧିକାରୀ ଦେବେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ଶେରଗଡ ଥାନା ଅଧୀନର ଭୁଙ୍ଗ୍ରା ଟାଉନସିପରେ ଗୋଟିଏ ଘରେ ବିବାହ ଉତ୍ସବ ଚାଲିଥିଲା । ଏହି ସମୟରେ ହଠାତ୍ ଚାରିଟି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ”

ଯୋଧପୁର ରୁରାଲ୍ ଏସପି ଅନିଲ କୁମାର କହିଛନ୍ତି, “ଗ୍ୟାସ ଲିକ୍ ଯୋଗୁଁ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ୫୫ ଜଣ ଲୋକ ପୋଡିଯାଇଛନ୍ତି। ସେମାନଙ୍କୁ ଯୋଧପୁରର ଏମବିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।”

ସେ କହିଛନ୍ତି, “ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଅଛନ୍ତି । ସେମାନଙ୍କର ଶରୀରର ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ଭାଗ ପୋଡ଼ି ଯାଇଛି।”

ଘଟଣାର ଗମ୍ଭୀରତାକୁ ଦେଖି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ସକାଳେ ଜୟପୁରରୁ ଯୋଧପୁର ଅଭିମୁଖେ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ପୀଡିତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବେ ।

ଶେରଗଡ ସିଲିଣ୍ଡର ବିସ୍ଫୋରଣର ଦୁଇ ମାସ ପୂର୍ବରୁ ଅକ୍ଟୋବର ୮ରେ ଯୋଧପୁରର କିର୍ତ୍ତୀ ନାଗରରେ ରିଫିଲିଂ ବେଳେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଉକ୍ତ ଘଟଣାରେ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

two × one =