କରୋନା ନେଇ ୨୪ଘଣ୍ଟାର ଅପଡ଼େଟ ଦେଲେ ବାଗଚୀ

ଭୁବନେଶ୍ୱର, () ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ବର୍ତ୍ତମାନ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ରହିଛି । ଏହାସହ୮୪ହଜାର ଓଡ଼ିଆ ଓଡ଼ିଶାକୁ ଫେରିଛନ୍ତି । ସମ୍ ଓ କିମ୍ସ ସହ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ ଏମଓୟୁ ରହିଛି । ଯଦି କରୋନା ତୃତୀୟ ପର୍ଯ୍ୟାୟ ଛୁଏଁ, ତାର ମୁକାବିଲା ପାଇଁ ଏହା ପ୍ରସ୍ତୁତି ହୋଇଛି । ଅଭାବନୀୟ ପରିସ୍ଥିତିରେ ମୁକାବିଲା ପାଇଁ ଏହି ପ୍ରସ୍ତୁତି ହୋଇଥିବା ନେଇ ବାଗଚୀ କହିଛନ୍ତି ।
ଅତ୍ୟନ୍ତ ଆବଶ୍ୟକତା ନଥିଲେ ଡାକ୍ତରଖାନା ଯାଆନ୍ତୁନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ଓଡ଼ିଶା ବାହାରେ ଥିବା ଓଡ଼ିଆଙ୍କ ସୁରକ୍ଷା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ ଡ଼ାଉନ୍ ବେଳେ ମାଲବାହୀ ଯାନବାହନ ଚାଲୁ ରହିବ । ଆତଙ୍କିତ ହୋଇ ବିକାକିଣା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । କିଛି ଅସୁବିଧାର ସାମ୍ନା କରିଲେ ମାଲବାହୀ ଯାନର ଚାଳକ ୬୭୪-୨୬୨୦୨୦୦ ନମ୍ବରକୁ ଫୋନ କରିପାରିବେ ।
ଏହାସହ ଗତ ୪୮ଘଣ୍ଟାରେ ନିୟମ ଉଲ୍ଲଙ୍ଘନ ନେଇ ୪୦୪ ମାମଲା ରୁଜୁ ହୋଇଛି । ଖବରକାଗଜ ବିତରଣ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ ରହିଛି । ଖବରକାଗଜ ଯାନ ରାସ୍ତାରେ ଯାଇପାରିବ ।ଖବର କାଗଜ ଘରେ ପକାଇବା ପାଇଁ ହକରଙ୍କୁ ୩ଘଣ୍ଟା ସମୟ ଦିଆଯାଇଛି । ହକରମାନେ ସକାଳ ୪ଟାରୁ ୭ଟା ମଧ୍ୟରେ ଖବର କାଗଜ ପକାଇବେ ।
ଆଜି ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୧୬୪ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କୌଣସି ପଜିଟିଭ କେସ୍ ଆସିନି । ବର୍ତ୍ତମାନ ସୁଦ୍ଧା ୧୯୮ ଦେଶକୁ ବ୍ୟାପିଛି କରୋନା । ବିଶ୍ୱରେ ୨୧୩୫୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନାରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଚାଇନାରେ ସଂକ୍ରମଣ ସଂଖ୍ୟା ୮୧୨୮୫ ରହିଛି । ସ୍ପେନରେ ସଂକ୍ରମଣ ସଂଖ୍ୟା ୪୯ହଜାର ୫୧୫ ରହିଥିବା ନେଇ ସୁବ୍ରତ ବାଗଚୀ କହିଛନ୍ତି । ଦେଶରେ ଗତକାଲି ସୁଦ୍ଧା ୫୬୨ ଜଣ ସଂକ୍ରମିତ ଥିବା ବେଳେ ଆଜି ୬୪୯ ରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

7 − 1 =