ଜିଓ ଗ୍ରାହକଙ୍କୁ ପୁଣି ମିଳିବ ଫ୍ରି ଟକ ଟାଇମ

ନୂଆଦିଲ୍ଲୀ() ଜିଓ ଆଣିଲା ଖୁସି ଖବର। ଗ୍ରାହକଙ୍କୁ ୩୦ ମିନିଟର ଫ୍ରି ଟକ ଟାଇମ୍ ଦେବା ଆରମ୍ଭ କରିଛି କଂପାନୀ । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୩୦ ମିନିଟର ମାଗଣା ଟକ୍ ଟାଇମ୍ ଦେବାକୁ ଘୋଷଣା କରିଛି କଂପାନୀ ।ତେବେ ଜିଓର ଏହି ଲିମିଡେଟ୍ ପରିୟଡ ଅଫର ନିଆଯାଇଥିବା ନିଷ୍ପତିର ୪୮ ଘଂଟାରୁ ବି କମ ସମୟରେ ଲଂଚ କରାଯାଇଛି । ନିଜ ପ୍ୟାକ୍ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ମେସେଜ ଜରିଆରେ ଏସଂପର୍କରେ ସୂଚିତ କରିଦିଆଯାଇଛି ।

ରିଲାଏନ୍ସ ଜିଓ ଅକ୍ଟୋବର ୯ ତାରିଖରେ ଆଇୟୁସି ଚାର୍ଜ ସଂପର୍କରେ ଘୋଷଣା କରିଥିଲା । ଯେଉଁଥିରେ କୁହାଯାଇଥିଲା କି ଜିଓ ଗ୍ରାହକଙ୍କୁ ଏଣିକି ଅନ୍ୟ ନେଟୱର୍କରେ କଲ କରିବାକୁ ହେଲେ କଲ ପିଛା ୬ ପଇସା ଲେଖାଏଁ ଶୁଳ୍କ ବାବଦକୁ ଦେବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

5 − 4 =