ଶ୍ରୀକ୍ଷେତ୍ରରେ ମୁହାଁମୁହିଁ ହେବେ ତିନି ଦଳର ତିନି ମୁଖପାତ୍ର

ପୁରୀ ଲୋକସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ବିଭିନ୍ନ ଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ। ଆଜି ୭ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଚିତ୍ର ସ୍ପଷ୍ଟ ହୋଇଛି । ପୁରୀ ପାଇଁ ସମ୍ବିତ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୁଣି ଥରେ ପିନାକୀ ମିଶ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେଡ଼ି । ଆଉ ଶ୍ରୀକ୍ଷେତ୍ର ଅକ୍ତିଆର କରିବା ପାଇଁ ସାମ୍ବାଦିକରୁ ରାଜନେତା ବନିଥିବା ସତ୍ୟ ପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ପୁରୀରେ ଏଥର ଦେଖିବାକୁ ମିଳିବ କଡ଼ା ଟକ୍କର । ବିଜେପିର କୁହାଳିଆ ପ୍ରାର୍ଥୀ ସମ୍ବିତ ପାତ୍ର ତଥା ଶ୍ରୀକ୍ଷେତ୍ର ଅକ୍ତିଆର କରିଆସୁଥିବା ପୀନାକି ମିଶ୍ରଙ୍କୁ କଡ଼ା ଟକ୍କର ଦେବେ ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ପୁରୀ ଲୋକସଭା ଆସନରେ ଦୀର୍ଘବର୍ଷ ଧରି ବିଜେଡ଼ି ନିଜର ଦବଦବା ଦେଖାଇ ଆସିଛି । ଲଗାତାର ଭାବେ ପିନାକୀ ମିଶ୍ର ଏହି ଆସନରୁ ନିର୍ବାଚନ ଜିତୁଛନ୍ତି । ବିଜେଡ଼ି ଗଠନ ହେବା ଠାରୁ ଦଳ ହାତରେ ରହିଛି ପୁରୀ ଲୋକସଭା ଆସନ । ୧୯୯୮ରୁ ୨୦୦୪ ପର୍ୟ୍ୟନ୍ତ ବ୍ରଜକିଶୋର ତ୍ରିପାଠୀ ଲଗାତାର ବିଜେଡ଼ିରୁ ପ୍ରାର୍ଥୀ ହୋଇ ପୁରୀ ଲୋକସଭା ଆସନ ଅକ୍ତିଆର କରିଥିଲେ । ଆଉ ତା’ପରେ ପୀନାକି ମିଶ୍ର ୨୦୦୯ ଓ ୨୦୧୪ରେ ବିଜେଡ଼ି ତରଫରୁ ନିର୍ବାଚନ ଜିତିଛନ୍ତି । ସିଧାସଳକଖ କହିବାକୁ ଗଲେ ଏବେ ପୁରୀ ଲୋକସଭା ସଂସଦୟୀ କ୍ଷେତ୍ର ବିଜେଡ଼ିର ଗଡ଼ ଭାବେ ପରିଚିତ ।

ଜଗନ୍ନାଥ ଧାମରେ ବିଜୟ ଧାରା ବଜାୟ ରଖିବା ପାଇଁ ପୁଣି ପୀନାକିଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ । ପୁରୀ ଲୋକଙ୍କ ପାଇଁ ପୀନାକି ମିଶ୍ର ନୂଆ ମୁହଁ ନୁହେଁ । ସେ ପୂର୍ବରୁ ଏହି ଆସନରୁ ଦୁଇ ଦୁଇ ଥର ନିର୍ବାଚନ ଜିତିସାରିଛନ୍ତି ।

ଆଜି ସତ୍ୟପ୍ରକାଶ ନାୟକଙ୍କୁ ସାମ୍ନାକୁ ଆଣି ଗୋଟିଚାଳିନା କରିଛି କଂଗ୍ରେସ । ପୁରୀ ସହ ସିଧାସଳଖ ଜଡ଼ିତ ନଥିଲେ ମଧ୍ୟ ଜୀ କଳିଙ୍ଗରେ ଥିବା ସମୟରେ ସତ୍ୟପ୍ରକାଶ ଅନେକ ଥର ଦାରୁ ଚୟନ ଠାରୁ ଆରମ୍ଭ କରି ରଥରେ ମହିଳାଙ୍କ ଚଢ଼ିବା ଆଦି ପ୍ରସଙ୍ଗରେ ବତର୍କ କରିଆସିଛନ୍ତି । ଏହି ସବୁ ଖବର ମାଧ୍ୟମରେ ସତ୍ୟପ୍ରକାଶ ପରୋକ୍ଷ ଭାବେ ପୁରୀ ସହ ଜଡ଼ିତ ।

Share

Leave a Reply

Your email address will not be published. Required fields are marked *

three + sixteen =