ମହଙ୍ଗା ପଡିଲା ସାପ ସହ ମସ୍ତି

ସାପ ଫଣା ସହ ଚୁମା ଭିଡିଓ ଅପଲୋଡ କରି ଜେଲ ଗଲେ ଯୁବକ । ମହଙ୍ଗା ପଡିଲା ସାପ ସହ ମସ୍ତି କରିବା । ବନ୍ୟପ୍ରାଣି ଆଇନ ଉଲଂଘନ ଅଭିଯୋଗରେ ଗିରଫ ହେଲେ ରୋହିିତ ମେହେର । ବିଷଧର ନାଗ ସାପକୁ ଚୁମ୍ବନ ଷ୍ଟଣ୍ଟ ଦେଉଥିବା ଘଟଣା ଭାଇରାଲ ହୋଇଥିଲା । ଏହାପରେ ବରଗଡ଼ ଡିଏଫଓ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ରୋହିିତଙ୍କ ଗିରଫ ନେଇ ବରଗଡ ଡିଏଫଓ ପି .ସନ୍ଦୀପ ସୂଚନା ଦେଇଛନ୍ତି ।

ସଉକ ପାଇଁ ସାପ ସହ ଭିଡିଓ ବନାଇଥିଲେ ରୋହିତ । ଭିଡିଓରେ ଥିବା ଝିଅ ମାନେ ତାଙ୍କ ଭଉଣୀ ବୋଲି ରୋହିତ କହିଛନ୍ତି । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ କିନ୍ତୁ ଏହା ହିଁ ବାସ୍ତବତା । ଏକ ସାପ ଫଣାରେ ଚୁମା ଦେଇଚାଲିଛନ୍ତି କିଛି ଯୁବତୀ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରୋହିତଙ୍କୁ ଗିିରଫ କରାଯାଇଛି । ଏହି ଯୁବତୀମାନେ ଏପରି ଭିଡିଓ ସୁଟିଂ କରିବା ପଛର ଉଦ୍ଦେଶ୍ୟ ଅର୍ଥ ଉପାର୍ଜନ ବୋଲି ଅଭିଯୋଗ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

17 + nineteen =