ଆଜି ଦିଲ୍ଲୀ-ଚେନ୍ନାଇ ମହାମୁକାବିଲା

ଦୁବାଇ: ଆଇପିଏଲ ମହାସମରରେ ଆଜି ଦିଲ୍ଲୀକୁ ଭେଟିବ ଚେନ୍ନାଇ । ପ୍ରଥମ କାଲିଫାୟରରେ ପଏଣ୍ଟ ଟେବଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହବ ସେହି ଧଳ ସିଧାସଳଖ ଫାଇନାଲ ଖେଳିବ। ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟରରେ ମୁକାବିଲା ଖେଳିବ । ଅକ୍ଟୋବର ୧୧ରେ ଏଲିମିନେଟର ତୃତୀୟ ଓ ଓ ଚତୁର୍ଥ ସ୍ଥାନରେ ଥିବା ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହ ପ୍ରଥମ କାଲିଫାୟରର ପରାଜିତ ଦଳ ଅକ୍ଟୋବର ୧୩ରେ ଖେଳାଯିବାକୁ ଥିବା ହିତୀୟ କ୍ୱାଲିଫାୟରରେ ମୁକାବିଲା କରିବ । ଏହି ମୁକାବିଲାର ବିଜେତା ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଉନ୍ନୀତ ହେବ। ଅକ୍ଟୋବର ୧୫ରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

ଏହି ପ୍ରତିଯୋଗିତାରେ ୮ଟି ଦଳ ଡବଲ ରାଉଣ୍ଡ ରବିନ୍ ଲିଗ୍ ଭିଭିରେ ଖେଳାଯାଇଥିଲାବେଳେ ୧୪ଟି ମ୍ୟାଚ୍ରୁ ଋଷଭ ପନ୍ତ୍ରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ ୧୦ଟି ମ୍ୟାଚ୍ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିଲା। ଏହା ପଛକୁ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିଲେ। କିନ୍ତୁ ନେଟ ରନ ରେଟ୍ରେ ଚେନ୍ନାଇ ଦ୍ବିତୀୟ ଓ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ସମାନ ଭାବେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସମାନ ପଏଣ୍ଟ ସଂଗ୍ରହ କରିଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ନେଟରନ୍ ରେଟ୍ ହିଁ ଚୂଡାନ୍ତ ସ୍ଥାନ ସ୍ଥିର କରାଯାଇଥିଲା । ଫଳରେ କୋଲକାତା ଚତୁର୍ଥ ସ୍ଥାନ ହାସଲ କରି ପ୍ଲେ ଅଫ୍ରେ ସ୍ଥାନ ପାଇଥିଲାବେଳେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବଇ ୫ମ ସ୍ଥାନ ହାସଲ କରି ପ୍ଲେ ଅଫ୍କୁ ଯାଇ ପାରି ନଥିଲା।

Share

Leave a Reply

Your email address will not be published. Required fields are marked *

18 + seven =