ଏବେ ସାଧାରଣ ଲୋକେ କରିବେ ପୋଲିସର ରେଟିଂ

ଭୁବନେଶ୍ବର () : ପୋଲିସକୁ ଲୋକଙ୍କ ନିକଟତର କରିବା ପାଇଁ ତ୍ବରିତ ଓ ଉଚ୍ଚମାନର ପୋଲିସ ସେବା ସହ ପୋଲିସର ବ୍ୟବହାରିକ ଉନ୍ନତି ଏବଂ ସ୍ବଚ୍ଛତାକୁ ସୁନିଶ୍ଚିତ କରିବାକୁ ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା । ଏଥିପାଇଁ ଆଜି ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଦିନିକିଆ କର୍ମଶାଳାର ଆୟୋଜନ ହୋଇଛି ।

ଏହାଦ୍ବାରା ଏଣିକି ସରକାରଙ୍କର ସ୍ବଚ୍ଛତାର ପ୍ରମାଣ ମିଳିବ ଥାନା ସ୍ତରରୁ । ତୃଣମୁଳ ସ୍ତରରେ ଲୋକେ ଅଭିଯୋଗ କଲେ କେମିତି ନ୍ୟାୟ ପାଇବେ ସେଥିପାଇଁ ସାହାଯ୍ୟ କରିବ ପୋଲିସ । ତେଣୁ ପୋଲିସଙ୍କ ଠାରୁ ହିଁ ଆରମ୍ଭ ହେବ ସ୍ବଚ୍ଛତାର ମାପଦଣ୍ଡ । ଏଥିପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ଯେଉଁଥିରେ ଥାନା ଅଧିକାରୀ ଦେବେ ପରୀକ୍ଷା ଆଉ ସାଧାରଣ ଲୋକେ କରିବେ ରେଟିଂ। ଏଥିପାଇଁ ଜିଲ୍ଲା ସ୍ତରର ଦୁଇ ଜଣ ଲେଖାଏଁ ଅଫିସରଙ୍କୁ ଡିଜି କ୍ୟାମ୍ପ ଅଫିସରେ ସ୍ବତନ୍ତ୍ର କର୍ମଶାଳାରେ ଦିଆଯାଇଛି ତାଲିମ ।

ତାଲିମପ୍ରାପ୍ତ ଅଫିସରମାନେ ନିଜ ଜିଲ୍ଲାକୁ ଯାଇ ଥାନା ସ୍ତରର ଅଫିସରଠୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ତାଲିମ ଦେବେ । କିପରି ଜଣେ ଅଭିଯୋଗକାରୀ ଆସିଲେ ତାକୁ କେମିତି ସାମ୍ନା କରିବେ ? ତାଙ୍କର ଅଭିଯୋଗ ଗ୍ରହଣ କରି ତାଙ୍କୁ କିପରି ବ୍ୟବହାର କରିବେ? ସାଧାରଣ ଲୋକ ତାର ଅଭିଯୋଗ ପରେ ପୋଲିସ କିପରି ତାକୁ ସମାଧାନ କରିବାର ସାହାଯ୍ୟ କରୁଛି, ଏଭଳି ଆଠଟି ମାପଦଣ୍ଡକୁ ନେଇ ତାଲିମ ଦିଆଯାଇଛି । ଯାହାକୁ ପରବର୍ତ୍ତୀ ପର୍ଯାୟରେ ସିସିଟିଏନଏସରେ ପୋଲିସ ଅଧିକାରୀ ରେକର୍ଡ କଲା ପରେ ତାକୁ ନେଇ ପରବର୍ତ୍ତୀ ପର୍ଯାୟରେ କଲସେଣ୍ଟର ଜରିଆରେ ଅଭିଯୋଗକାରିଙ୍କୁ ଏସମ୍ପର୍କରେ ପଚରାଯିବ । ଏହାଦ୍ବାରା ଅଭିଯୋଗକାରୀ ନିରୀକ୍ଷଣ କରିଥିବା ଅର୍ଥାତ ଅନୁଭବ କରିଥିବା ପୋଲିସ ଅଧିକାରିଙ୍କ ବ୍ୟବହାର ସମ୍ପର୍କରେ ଉପରିସ୍ଥ ଅଧିକାରୀ ଜାଣିପାରିବେ । ଲାଞ୍ଚ କାରବାରଠୁ ଆରମ୍ଭ କରି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ । ଥାନାସ୍ତରରୁ ବାହାରିଥିବା ରିପୋର୍ଟ କାର୍ଡ ଜରିଆରେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ଉପାୟ ସମ୍ପର୍କରେ ଜାଣିହେବ ବୋଲି କହିଛନ୍ତି ପୋଲିସ ଡିଜି ।

Share

Leave a Reply

Your email address will not be published. Required fields are marked *

one × two =