ସେଲଟର୍ ହୋମର ବିଦେଶୀ ଲିଙ୍କ୍ ନେଇ ଖୋଲିଲା ଗୁମର

ଢେଙ୍କାନାଳ ସେଲଟର୍ ହୋମ୍ କେଳେଙ୍କାରୀ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ କାହାଣୀ । ଏହି ମାମଲାର ଅଭିଯୁକ୍ତ ଫୟାଜ ରେହମାନଙ୍କ ରିମାଣ୍ଡର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଜେରା ବେଳେ ଗୁଡ୍ ନ୍ୟୁଜ୍ ଚେୟାରମ୍ୟାନ୍ ଫୟାଜ୍ ରେହମାନ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ।
ସେଲଟର ହୋମର ବିଦେଶୀ ଲିଙ୍କ୍ ରହିଥିବା ନେଇ ନିଜେ ସ୍ୱୀକାର କରିଛନ୍ତି ଫୟାଜ୍ ରେହମାନ୍ । ସେ କହିଛନ୍ତି, ସଂସ୍ଥା ପରିଚାଳନା ପାଇଁ ବିଦେଶରୁ ଆସୁଥିଲା ମୋଟା ଅଙ୍କର ଟଙ୍କା । ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଢେଙ୍କାନାଳ ବେଲଟିକିର ଶାଖାର ସ୍ୱୀକୃତି ମଧ୍ୟ ନଥିଲା ।
ସେପଟେ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି ଗୁଡ୍ ନ୍ୟୁଜ୍ ଚେୟାରମ୍ୟାନ୍ ଫୟାଜ୍ ରେହମାନ । ସେ କହିଛନ୍ତି, ଧର୍ମାନ୍ତରୀକରଣ ଉପରେ ଗଣମାଧ୍ୟମରେ ଯେଉଁ ଭିଜୁଆଲ୍ ପ୍ରସାରିତ ହେଉଛି ତାହା ଓଡିଶାର ନୁହେଁ ବରଂ ପଶ୍ଚିମବଙ୍ଗର । ପଶ୍ଚିମବଙ୍ଗ ସାଲଗାଡିଆରେ ହେଉଥିଲା ଧର୍ମାନ୍ତରୀକରଣ । ଆଉ ସବୁଠାରୁ ବଡ କଥା ହେଉଛି ଏହି ଭିଜୁଆଲ୍ ୧୨ ବର୍ଷ ତଳର ବୋଲି କହିଛନ୍ତି ଫୟାଜ ରେହମାନ୍ । ଏ ସମସ୍ତ ତଥ୍ୟ ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ତୋଷ ନାୟକ ।

Share

Leave a Reply

Your email address will not be published. Required fields are marked *

four × one =