ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ଅଗ୍ରଣୀ ବୈଜ୍ଞାନିକଙ୍କ ମଧ୍ୟରେ ଡକ୍ଟର କଲାମ ଥିଲେ ଅନ୍ୟତମ । ଭାରତର ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଥିଲା ଉଲ୍ଲେଖନୀୟ । ହ୍ୱିଲର ଦ୍ୱୀପକୁ ଏପିଜେ ଅବଦୁଲ କଲାମ ନାଁରେ ନାମିତ କରି ଓଡିଶା ତାଙ୍କୁ ସମ୍ମାନିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × four =