ଆସନ୍ତାକାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳିବାକୁ ମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣି । କୋଭିଡ୍ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସି କୋଭିଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତଦାନ ଭଳି ମହତ କାର୍ୟ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ପୂର୍ବରୁ ମଧ୍ୟ ଯେତେବେଳେ ଓଡ଼ିଶାରେ ଅସୁବିଧା ସମୟ ଉପୁଜିଛି ସେତେବେଳେ ଜନ୍ମଦିନ ପାଳିବାକୁ ମନା କରିଛନ୍ତି ନବୀନ । ଯେତେବେଳେ ଓଡ଼ିଶା ବଡ଼ ବଡ଼ ବାତ୍ୟାକୁ ସାମ୍ନା କରିଥିଲା ଆଉ ବହୁ କ୍ଷତି ହୋଇଥିଲା ସେତେବେଳେ ଜନ୍ମଦିନ ପାଳି ନାହାଁନ୍ତି ନବୀନ । ଆଉ ଏବେ ପୁଣି ମହାମାରୀ କବଳରେ କବଳିତ ହୋଇଥିବାରୁ ଜନ୍ମଦିନ ପାଳିବାକୁ ମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 6 =